Odisha Link
Bridging the Missing Links in Odisha

ବାର୍ଡ଼ ଫ୍ଲୁ ପାଇଁ ଆଜି ବି ଜାରି ରହିବ କୁକୁଡ଼ା ମରା ଅଭିଯାନ

ଭୁବନେଶ୍ବର: ଓୟୁଏଟିରେ ବାର୍ଡ ଫ୍ଲୁ ଆତଙ୍କ ପରେ ଜାରି ବି ରହିଛି କୁକୁଡା ମରା ଅଭିଯାନ। ଓୟୁଏଟିରୁ ୧ କିଲୋମିଟର ପରିଧି ମଧ୍ୟରେ କୁକୁଡ଼ା ମରାଯାଉଛି। ୧ ରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସ୍ଥିତିର ତଦାରଖ କରାଯାଉଛି। ଅନ୍ୟ ଅଞ୍ଚଳକୁ ଯେପରି ବାର୍ଡ ଫ୍ଲୁ ନବ୍ୟାପେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ସେପଟେ ଘଟଣାର ଅନୁଧ୍ୟାନ ପାଇଁ ଆଜି ସ୍ଥିତି ପରଖିବାରକୁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍ ।
ବାର୍ଡ ଫ୍ଲୁ ଆତଙ୍କ ପରେ ଚିଲିକା ଓ ଭିତରକନିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ଉପରେ ନଜର ରଖାଯାଇଛି। ଚିଲିକା, ନଳବଣ ପକ୍ଷୀ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶାଗତ ପକ୍ଷୀଙ୍କ ନମୁନା ସହ କୁକୁଡ଼ା, ବତକ ଆଦିର ରକ୍ତ, ମଳ ଓ ଲାଳ ଆଦି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। ଅନ୍ୟପଟେ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସାରା ରାଜ୍ୟର କୁକୁଡ଼ା ଚାଷୀ ଆତଙ୍କିତ ହୋଇ ପଡ଼ିଛନ୍ତି। କାରଣ ଏହା ବ୍ୟବସାୟକୁ ଏବେଠୁ ମାନ୍ଦା କରିଦେଲାଣି।