Odisha Link
Bridging the Missing Links in Odisha

ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ପଛରୁ ପିଟିଲା ଟ୍ରକ୍, ଦୁଇ ଚାଳକ ମୃତ

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ରାତି ପ୍ରାୟ ସାଢ଼େ ଏକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ସୂଚନା ଅନୁସାରେ, ନେଙ୍କଡ଼ାଘର ନିକଟରେ ଦୁଇଟି ପରିବା ବୋଝେଇ ପିକ୍-ଅପ୍ ଭ୍ୟାନ୍ ଖରାପ ଥିବାରୁ ଛିଡ଼ା ହୋଇଥିଲା। ରାତିରେ ଦୁଇ ଗାଡ଼ିର ଚାଳକ ପିକ୍-ଅପ୍ ଭ୍ୟାନକୁ ସଜାଡ଼ୁଥିଲେ। ସେହି ସମୟରେ ପଛରୁ ଏକ ଲୁହା ବୋଝେଇ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଘଟଣାସ୍ଥଳରେ ପିକ୍-ଅପ୍ ଭ୍ୟାନର ଦୁଇ ଚାଳକ ମୃତ୍ୟୁବରଣ କରିଥିଲେ।
ସେପଟେ ଏଥିରେ ଜଣେ ଗୁରୁତର ଆହତ ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇଟି ପିକ୍-ଅପ୍ ଭ୍ୟାନ୍ ଯାଜପୁର ଜିଲ୍ଲାର କୁଆଖିଆରୁ ପରିବା ନେଇ ରାଞ୍ଚି ଯାଉଥିବା ଜଣାପଡ଼ିଛି। ତେବେ ଦୁଇ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଘଟଣା ସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.