Odisha Link
Bridging the Missing Links in Odisha

ଟୁରିଷ୍ଟ ଓ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ

କୋଣାର୍କ : ଆଜି କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ଏକ ସଡ଼କ ଦୁର୍ଘଟଣା ହୋଇଛନ୍ତି । ଯାତ୍ରୀବାହୀ ବସ୍‌ ଟି ପର୍ଯ୍ୟଟକ ବସ୍‌ ପଛକୁ ଧକ୍କା ଦେବାରୁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି । ଆହତ ମାନଙ୍କୁ ପ୍ରଥମେ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଅନୁସାରେ ଆଜି ପ୍ରାୟ ୧୨ଟା ସମୟରେ ‘ସାଇରାମ’ ନାମକ ଟୁରିଷ୍ଟ ବସ୍‌ କୋଣାର୍କରୁ ପୁରୀ ଯାଉଥିଲା। ଏହି ସମୟରେ ମେରାଇନ ଡ୍ରାଇଭରେ ଏକ ଯାତ୍ରୀବାହୀ ବସ୍‌ ଟୁରିଷ୍ଟ ବସ୍‌କୁ ପଛରୁ ଧକ୍କା ଦେଇଥିଲା। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକେ ଯାତ୍ରୀବାହୀ ବସ୍‌ର ଡ୍ରାଇଭରକୁ ଅଟକ ରଖି ପୁଲିସ୍ ଜିମା ଦେଇଛନ୍ତି।

Comments are closed.