Odisha Link
Bridging the Missing Links in Odisha

ବିଦ୍ୟୁତ୍ ଆଘାତରେ ଚାଷୀ ମୃତ

ଖଲ୍ଲିକୋଟ: ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଭେଜିପୁଟ ଗାଁ ପାଖ ବିଲରେ ବାଡ଼ ବସାଉଥିବାବେଳେ ଏହି ଅଘଟଣ ଘଟିଛି। ବିଦ୍ୟୁତ୍ ଆଘାତ ପରେ ସମ୍ପୃକ୍ତ ଚାଷୀଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଚାଷୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ବିଲ ଭିତରେ ୧୧କେଭି ତାର ଝୁଲି ରହିଥିବାରୁ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Comments are closed.