ଝିଅକୁ ପିଟିପିଟି ଲହୁଲୁହାଣ କଲା ନୃଶଂସ ବାପା

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ପାଟ୍ଟଶାଣୀପୁର ପଞ୍ଚାୟତ ଖଲାଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ବାପା ଘଟାଇଛି ଅମାନବୀୟ କାଣ୍ଡ। ୮ ବର୍ଷର ଝିଅକୁ ବାଡିରେ ପିଟି ପିଟି ଲହୁଲୁହାଣ କରିଛି ନିର୍ଦ୍ଦୟ ବାପା।
ଝିଅର ମୁଣ୍ଡ ଓ ମୁହଁରେ ନିର୍ଦ୍ଦୟ ଭାବରେ ମାଡ଼ ମାରିବା ସହ ଛାତିରେ ଠିଆ ହୋଇଯାଇଥିଲା। ମଦ୍ୟପ ବାପାର ହାତ ଗୋଡ ବାନ୍ଧି ଗାଁ ଲୋକ ମିଶି ରାସ୍ତାରେ ପକାଇ ପୋଲିସକୁ ଖବର ଦେଇଥିଲେ। ବାପା ରମେଶ ମୁର୍ମୁକୁ ପୋଲିସ ହେପାଜତକୁ ନେଇଛି। ଅନ୍ୟପଟେ ଗୁରୁତର ଅବସ୍ଥାରେ ଝିଅକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଡୋଶୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ହୋଇ ଝିଅକୁ ମାଡ଼ା ମାରିଥିବା ଜଣାପଡିଛି।