Odisha Link
Bridging the Missing Links in Odisha

ଗଞ୍ଜାମ ତାରାତାରିଣୀ ପୀଠରେ ୫ଟି ସଚିବ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିର ଗସ୍ତ କରିଛନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ତାରାତାରିଣୀଙ୍କ ଦର୍ଶନ କରିବା ସହିତ ପରିଦର୍ଶନ ସମୟରେ ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ। ଏହି ଅବସରରେ ୫-ଟି ସଚିବ ଭି କେ କାର୍ତ୍ତିକେୟନ୍ ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବି ଆଲୋଚନା କରିଥିବା ଜଣାଯାଇଛି। ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା କରିବା ସହିତ ଲୋକମାନଙ୍କ ପାଇଁ କଣ ସୁବିଧା ସୁଯୋଗ ଅଛି ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
ସେହି ସମୟରେ ମନ୍ଦିରର ସେବାୟତ ତାରାତାରିଣୀ ପୀଠର ବିଭିନ୍ନ ସମସ୍ୟା ସଂପର୍କରେ ୫-ଟି ସଚିବଙ୍କୁ ବୁଝାଇଥିଲେ। ଖୁବଶୀଘ୍ର ତାରାତାରିଣୀ ମନ୍ଦିରରେ କିଛି ବିକାଶ ମୂଳକ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଛି। ସୂଚନା ଅନୁସାରେ, ‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପର ଠାରୁ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅଚାନକ ବିଭିନ୍ନ ଜିଲ୍ଲାଗସ୍ତରେ ପହଞ୍ଚି ସମୀକ୍ଷା କରୁଛନ୍ତି

Comments are closed.