Odisha Link
Bridging the Missing Links in Odisha

ଆଜି ଆନନ୍ଦପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତ ଯିବେ। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ବୈତରଣୀ ନଦୀର ଆନନ୍ଦପୁର ଠାରେ ନିର୍ମିତ ବହୁ ପ୍ରତିକ୍ଷିତ ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରିବେ। ଏହାସହ ୧୧ ଟି ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରିବେ।
ପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁରର ବହୁ ପୁରାତନ ବଳଭଦ୍ର ପାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶେଷରେ ଆନନ୍ଦପୁର ମିନି ଷ୍ଟାଡିୟମଠାରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

Comments are closed.