ବଜେଟ ୨୦୨୦: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨୫୦୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍ ଗୁରୁତ୍ବ ଦେଇଛନ୍ତି ଚଳିତ ବଜେଟରେ। ପର୍ଯ୍ୟଟନ କ୍ଷେତ୍ରର ବିକାଣ ପାଇଁ ୨୫୦୦ କୋଟିର ଘୋଷଣା। ଭାରତୀୟ ସଂସ୍କୃତିକୁ ଆଗକୁ ନେବାକୁ ନୂଆ ଡିମଡ ବିଶ୍ୱବିଦ୍ୟାଳୟ କରାଯିବ। ଏଥିସହିତ ରିସର୍ଚ୍ଚ ପାଇଁ ମ୍ୟୁଜିୟମ କରାଯିବ । ଏପରିକି ୫ଟି ପୂରାତନ କ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ।
ଅନ୍ୟପଟେ ରାଞ୍ଚିରେ ହେବ ଆଦିବାସୀ ମ୍ୟୁଜିୟମ୍। ଦେଶରେ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଦେଶରେ ୪ଟି ସଂଗ୍ରାହାଳୟର ପୁନରୁଦ୍ଧାର କରାଯିବ ବୋଳଇ କହିଛନ୍ତି ନିର୍ମଳା ସୀତାରମଣ।