Odisha Link
Bridging the Missing Links in Odisha

ବଜେଟ ୨୦୨୦: ଶିକ୍ଷାକୁ ଗୁରୁତ୍ବ, ଆସିବ ନୂଆ ଶିକ୍ଷା ପଲିସି

ନୂଆଦିଲ୍ଲୀ: ଚଳିତ ବଜେଟରେ କୃଷି, ସ୍ବାସ୍ଥ୍ୟ ସହିତ ଶିକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଅ ଖୁବ ଶୀଘ୍ର ଘୋଷଣା କରାଯିବ ନୂଆ ଶିକ୍ଷା ପଲିସି। ୧୫୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିର୍ମାଣ ହେବ। ଫରେନସିକ ଶିକ୍ଷା ସହ ଅନଲାଇନ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ।

ସ୍କିଲ ଇଣ୍ଡିଆ ପାଇଁ ୩୦୦୦ କୋଟିର ବ୍ୟବସ୍ଥା ହୋଇଛି। ସେହିଭଳି ଶିକ୍ଷା କ୍ଷେତ୍ର ପାଇଁ ୯୯ ହଜାର ୩୦୦ କୋଟିର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ଖୁବଶୀଘ୍ର ଆସିବ ନୂଆ ଶିକ୍ଷାନୀତି। ଉଚ୍ଚଶିକ୍ଷାକୁ ଦିଆଯିବ ପୋତ୍ସାହନ। ୧୦୦ଟି ଶିକ୍ଷାନୁଷ୍ଠାନ ଅନଲାଇନ୍ ଶିକ୍ଷା ଯୋଗାଇବେ। ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଆହୁରି ଅଧିକ ଅନୁଦାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବଜେଟରେ ହେଲା ବଡ ଘୋଷଣା। ବଡ ହସ୍ପିଟାଲ ଗୁଡିକରେ ପିଜି ଶିକ୍ଷା ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେବେ। ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରିବାକୁ ଯୋଜନା। ସୀତାରମଣ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ସୁଯୋଗ ମିଳିବ। ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ। ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ। ଏଣିକି ଶିକ୍ଷାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଡିଗ୍ରୀ ପାଠ୍ୟକ୍ରମର ସୁବିଧା ମିଳିବ।

Comments are closed.