ଆଜି ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

କୋଣାର୍କ: ମାଘ ସପ୍ତମୀରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଚନ୍ଦ୍ରଭାଗା ନିକଟ ପୁଷ୍କରିଣୀରେ ସମସ୍ତ ବ୍ୟବସ୍ଥା ସହ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସମୁଦ୍ରରେ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।
ଏହାସହ କୌଣସି ଅଘଟଣ ରୋକିବାକୁ ଚନ୍ଦ୍ରଭାଗା ସମୁଦ୍ର କୁଳରେ ଲାଇଫ୍ ଗାର୍ଡମାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ଭୋରରୁ ବୁଡ଼ ପକାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଭିଡ଼କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ପୁରୀ -କୋଣାର୍କ ଏବଂ ପିପିଲି-କୋଣାର୍କ ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶ୍ବାସ ରହିଛି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ପାପ ନାଶ ସହ ମନୋସ୍କାମନା ପୂରଣ ହୋଇଥାଏ। ଏହା ସହ ଶରୀର ମଧ୍ୟ ଆରୋଗ୍ୟ ରହିଥାଏ। ୧୨୫ ବର୍ଷ ପରେ ଏଥର ବାରୁଣୀ ସ୍ନାନ ପଡ଼ୁଥିବାରୁ ଚନ୍ଦ୍ରଭାଗାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି।
Comments are closed.