Odisha Link
Bridging the Missing Links in Odisha

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଖଣ୍ଡଗିରି ମେଳା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା। ସାଧୁସନ୍ଥମାନେ ଖଣ୍ଡଗିରି ପାହାଡରେ ଆରମ୍ଭ କରିବେ ସୂର୍ଯ୍ୟ ଉପାସନା କୁମ୍ଭମେଳାର ଅନ୍ତିମ ପର୍ଯ୍ୟାୟ। ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ପବିତ୍ର ମାଘ ପୂର୍ଣ୍ଣମୀରେ ସମାହିତ ହେବ। ତେବେ ଏହି ମେଳାରେ ହେଉଥିବା ଭିଡକୁ ଦୃଷ୍ଟି ରଖି କମିଶନରେଟ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି। ଖଣ୍ଡଗିରି ଛକରୁ ଜୟଦେବ ବିହାର ମଧ୍ୟରେ ଗାଡି ଚଳାଚଳକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଏହି ଅଞ୍ଚଳରେ କେବଳ ପାଦରେ ଚାଲି ଚାଲି ଯାଇ ହେବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି।
ରାସ୍ତାକଡରେ ଗାଡି ପାର୍କିଂକୁ ବାରଣ କରାଯାଇଛି। ହୋଟେଲ ଖାରବେଳ ସମ୍ମୁଖରେ, ସୁଲଭ ଶୌଚାଳୟ କଡରେ ଏବଂ ଗ୍ରୀନ ଆର୍ଥ ନର୍ସରି କଡ ରାସ୍ତାରେ ଗାଡି ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନ ଗୁଡିକ ପୀତାପଲ୍ଲୀ- ଚନ୍ଦକା-ବାରଙ୍ଗ ଦେଇ ବାଲିକୁଦାରେ ଜାତୀୟ ରାଜପଥ ଛୁଇଁବେ। ଅନ୍ୟପଟେ କଟକରୁ ଖୋର୍ଦ୍ଧା ଆସୁଥିବା ଭାରୀଯାନଗୁଡିକ ବାଲିକୁଦାରୁ ବାରଙ୍ଗ, ଚନ୍ଦକା ଦେଇ ପୀତାପଲ୍ଲୀରେ ପହଞ୍ଚିବ ବୋଲି କମିଶନରେଟ ପୋଲିସ କଟକଣା ଜାରି କରିଛି।

Comments are closed.