Odisha Link
Bridging the Missing Links in Odisha

ହୋଟେଲରୁ ଉଦ୍ଧାର ହେଲା ମ୍ୟାନେଜରଙ୍କ ମୃତଦେହ

ପୁରୀ: ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ସିଟି ରୋଡ୍‌ରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବସନ୍ତ ସେଠୀ। ତାଙ୍କ ଘର ପୁରୀର ବାଲି କପିଳେଶ୍ୱରପୁର ଅଞ୍ଚଳର ତରକୋର ଗାଁରେ। ସେ ଉକ୍ତ ହୋଟେଲ୍‌ର ମ୍ୟାନେଜର୍ ଥିଲେ।
ପ୍ରକାଶ ଯେ, ଆଜି ସକାଳେ ବସନ୍ତଙ୍କ ମୃତଦେହ ହୋଟେଲର ଏକ ରୁମ୍‌ର ଚଟାଣରେ ପଡ଼ିଥିବା ଜଣେ କର୍ମଚାରୀ ଦେଖିଥିଲେ। ଏହା ସହ ସେହି ରୁମ୍‌ର ଜିନିଷପତ୍ର ଗୁଡ଼ିକ ଅଜସଡ଼ା ହୋଇ ପଡ଼ିଥିବା ବେଳେ ବସନ୍ତଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖିଥିଲେ। ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବସନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ବସନ୍ତଙ୍କ ଭାଇ କାବୁଲି ସେଠୀ କହିଛନ୍ତି ମୋ ଭାଇ ଏହି ହୋଟେଲରେ ୧୫ ବର୍ଷ ହେବ କାମ କରୁଥିଲେ। କାଲି ଦିନ ସାରା ସେ ଆମ ଫୋନ୍ ଉଠାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ହୋଟେଲରେ ପଡ଼ିଥି‍ବା ଖବର ପାଇଥିଲୁ। ମୋ ଭାଇଙ୍କର କାହା ସହ ଶତ୍ରୁତା ନଥିଲା।

Comments are closed.