Odisha Link
Bridging the Missing Links in Odisha

ନିର୍ଭୟା ମାମଲାର ଜରୁରୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ମାମଲାର ଜରୁରୀ ଶୁଣାଣି ହେବାକୁ ଯାଉଛି। ଏନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରାଯିବ। ଆଜି ଆଉ କିଛି ସମୟ ପରେ ଶୁଣାଣି କରିବେ ହାଇକୋର୍ଟ। ତଳ କୋର୍ଟଙ୍କ ଚାଲେଂଜ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଡେଥ୍‌ ଓ୍ବାରେଣ୍ଟ ଉପରେ ରହିତାଦେଶକୁ ଚାଲେଂଜ କରିଛନ୍ତି। କାଲି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିତାଦେଶ ଦେଇଥିଲେ ତଳକୋର୍ଟ। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ରହିତାଦେଶ ଜାରି କରିଥିଲେ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଫେବୃଆରୀ ୧ରେ ଫାଶୀ ପାଇବେନି ୪ ନିର୍ଭୟା ଦୋଷୀ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ହୋଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଆସନ୍ତାକାଲି ଫାଶୀ ଦେବାକୁ ଧାର୍ଯ୍ୟ ହୋଇଥିଲା ଦିନ।

ଫେବୃଆରୀ ୧ ତାରିଖରେ ଫାଶୀ ଲାଗି ଜାରି ହୋଇଥିବା ‘ଡେଥ୍ ୱାରେଣ୍ଟ’କୁ ଖାରଜ କରିଛନ୍ତି ଟ୍ରାଏଲ୍ କୋର୍ଟ। ଫଳରେ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି।
କୋର୍ଟଙ୍କ ରାୟ ପରେ ସଙ୍ଗୀନ ଅଭିଯୋଗ ଆଣିଲେ ନିର୍ଭୟାଙ୍କ ମା, ବାପା। ଦୋଷୀଙ୍କ ଓକିଲ ଚ୍ୟାଲେଞ୍ଜ ଦେଇଥିବା କହିଛନ୍ତି ନିର୍ଭୟାଙ୍କ ମା। କାନୁନୁ ବ୍ୟବସ୍ଥାରେ ଢ଼ିଲା ଯୋଗୁଁ ଦୋଷୀଙ୍କ ଓକିଲ ଚ୍ୟାଲେଞ୍ଜ କଲେ ବୋଲି କହିଛନ୍ତି ନିର୍ଭୟାଙ୍କ ମା। ଏଥିସହ କହିଛନ୍ତି ଯେ ସରକାର ଦୋଷୀମାନଙ୍କୁ ଫାଶୀ ଦେବାକୁ ପଡ଼ିବ। ଯଦି ଫାଶୀ ନହେଲା ତେବେ ଭାରତରେ ନ୍ୟାୟ ନାହିଁ ବୋଳଇ କହିବି ବୋଲି କହିଛନ୍ତି ନିର୍ଭୟାଙ୍କ ମା।
ସେପଟେ ନିର୍ଭୟାଙ୍କ ବାପା ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଆମେ ନିରାଶ ହୋଇଛୁ । ଦୋଷୀଙ୍କୁ ଫାଶୀ ନହେବା ପଛରେ କେଜ୍ରିୱାଲଙ୍କ ହାତ ଥିବା ଏବଂ ତାଙ୍କର ହାତ ଥିବା କହିଛନ୍ତି ନିର୍ଭୟାଙ୍କ ବାପା ।

Comments are closed.