Odisha Link
Bridging the Missing Links in Odisha

ମୁଁ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ରୂପେ ଅନେକ କିଛି ଶିଖିଛି : ଗଣେଶୀ ଲାଲ

କଟକ : ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କଟକ ଠାରେ ଆରମ୍ଭ ହୋଇଥିବା ୪୪ତମ ରାଜ୍ୟ ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ବିଦ୍ୟାର୍ଥୀ ମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ସେ ପରିଷଦର କାର୍ଯ୍ୟକର୍ତ୍ତା ଭାବେ ସମାଜସେବା, ରାଷ୍ଟ୍ରସେବା ଆଦି ଅଳ୍ପ ବହୁତେ ଶିକ୍ଷା ଲାଭ କରିଛନ୍ତି । ବିଦ୍ୟାର୍ଥୀ ମାନେ ସଂଗଠିତ ହୋଇ ରାଷ୍ଟ୍ର ପୁନଃନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଅନ୍ୟର ପ୍ରସନ୍ନତାରେ ସ୍ୱଂୟ ପ୍ରଶନ୍ନ ହେବାକୁ ଉପଦେଶ ଦେଇଥିଲେ ।

ନିଜ ବକ୍ତବ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଉଲ୍ଳେଖ କରି, ସାବଧାନତା, ଜାଗ୍ରତା ଓ ଦକ୍ଷତା ବିଦ୍ୟାର୍ଥୀ ଜୀବନର ମୂଳ ଉପାଦାନ ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପରିଷଦର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଆଶିଷ ଚୌହାନ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ସମାଜର ପ୍ରତିଟି କ୍ଷେତ୍ରରେ ଛାତ୍ରମାନଙ୍କ ନେତୃତ୍ୱର ଆବଶ୍ୟକତା ରହିଛି ଓ ଆମକୁ ସେହି ଖାଲି ସ୍ଥାନ ଗୁଡିକୁ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ ସହ ପୂରଣ କରିବାକୁ ପଡିବ ।

ପରିଷଦର ଦୀର୍ଘ ୭୦ବର୍ଷର ଯାତ୍ରା ମଧ୍ୟରେ ଏହାର ଲକ୍ଷାଧିକ କାର୍ଯ୍ୟକର୍ତ୍ତା ସମାଜସେବା, ସାହିତ୍ୟ ରାଜନୀତି ତଥା ରାଷ୍ଟ୍ରଗଠନର ପ୍ରତିଟି କ୍ଷେତ୍ରରେ ନିଜ ବଳିଷ୍ଠ ନେତୃତ୍ୱର ପ୍ରମାଣ ଦେଇଛନ୍ତି ବୋଲି ସେ ମତ ରଖିଥିଲେ । ସେ ବିଶ୍ୱର ୨୨ ଦେଶ ଭ୍ରମଣ କରି ମାତୃତ୍ୱ ଓ ଶିଶୁର ଯତ୍ନ ସମ୍ପର୍କରେ ଅବଗତ କରାଇଥିବା ମାଧୁରୀ ଶହସ୍ରବୁଦ୍ଧେ ହୁଅନ୍ତୁ କି ଦେହଜୀବୀ ଓ କିନ୍ନର ସମାଜର ଉଥାନ
ପାଇଁ ଦୀର୍ଘ ୩୦ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ନେହାଳୟ ଟ୍ରଷ୍ଟର ଗିରୀଷ କୁଲକର୍ଣ୍ଣୀ ହୁଅନ୍ତୁ କି ଜୈବୀକ କୃଷିର ପ୍ରସାର ପାଇଁ ପଞ୍ଜାବର କ୍ଷେତୀ ବିରାସତ ମିସନର ଉଦ୍ଦୋକ୍ତା ରବଦୀପ୍ ସିଂ ହୁଅନ୍ତୁ ସମସ୍ତେ ବିଦ୍ୟାର୍ଥୀ ପରିଷଦର ଜଣେ ଜଣେ ଦାୟୀତ୍ୱବାନ କାର୍ଯ୍ୟକର୍ତ୍ତା ରହିଥିଲେ ବୋଲି ଆଶିଷ ଚୈାହାନ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଏହି ଆବସରରେ ବିଶିଷ୍ଠ ସମାଜସେବୀ ତଥା ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ କୁମାର କୃଷ୍ଣଚନ୍ଦ୍ର ରାଏଙ୍କୁ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସମ୍ନାନିତ କରାଯାଇଥିଲା । ଆଜିର ଛାତ୍ର ସମାଜ ସନ୍ଥ ଭୀମଭୋଇ, ଗୋପବନ୍ଧୁ ଦାଶ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରଶ୍ୱତୀଙ୍କ
ତ୍ୟାଗପୂର୍ଣ୍ଣ ଜୀବନଶୈଳୀରୁ ବହୁକଥା ଶିଖିବାର ଅଛି ବୋଲି କୁମାର କୃଷ୍ଣ ଚନ୍ଦ୍ର ରାଏ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଧିବେଶନର ସ୍ୱାଗତ ସମିତି ଅଧ୍ୟକ୍ଷ ସୈାରଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ବିଭୂପ୍ରସାଦ ମହାପାତ୍ର ଏବଂ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ସଭାପତି ଅଧ୍ୟାପକ ଭାଗିରଥୀ ପୃଷ୍ଟି, ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, କଟକ ମହାନଗର ସଭାପତି ଅଧ୍ୟାପକ ଅକ୍ଷ୍ୟ କୁମାର ନାୟକ, ମାହାନଗର ସମ୍ପାଦିକା ରାକ୍ଷୀ ନାୟକ ପ୍ରମୂଖ ଉପସ୍ଥିତ ଥିଲେ ।
ଅପରାହ୍ନରେ କାର୍ଯ୍ୟକର୍ତ୍ତାମାନେ କଲେଜ ଛକରୁ ବାହାରି ସ୍ଥାନୀୟ କିଲ୍ଲା ପଡିଆକୁ ଶୋଭାଯାତ୍ରାରେ ଯାଇ ଏକ ସାଧାରଣ ସଭାରେ ଯୋଗଦେଇ ନାରୀ ସୁରକ୍ଷା, ଓଡିଶାର ଶିକ୍ଷାସ୍ଥିତି, ନାଗରିକ ସଂଶୋଧନ ଆଇନର ଗୁରୁତ୍ୱ,
ସାମ୍ପ୍ରତିକ ବିଶ୍ୱରେ ଭାରତର ସ୍ଥିତି, ପରିବେଶ ସନ୍ତୁଳନ ଆଦି ସାମାଜିକ ବିଷୟରେ ଛାତ୍ରନେତା ମାନେ ମନ୍ତବ୍ୟ ପ୍ରଦାନ କରିଥିଲେ ।

Comments are closed.