Odisha Link
Bridging the Missing Links in Odisha

ବଜେଟ୍‌ ୨୦୨୦: କଣ ହେଲା ଶସ୍ତା କଣ ହେଲା ମହଙ୍ଗା ଜାଣନ୍ତୁ…

ନୂଆଦିଲ୍ଲୀ: ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣ ବଜେଟ୍। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟ ଉପସ୍ଥାପନା କରିଥିଲେ। ବଜେଟରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ବଜେଟରେ କେଉଁ କେଉଁ ଜିନିଷ ଶସ୍ତା ହେଲା ଓ କେଉଁ କେଉଁ ଜିନିଷ ମହଙ୍ଗା ହେଲା।

ମହଙ୍ଗା:
ସିଗାରେଟ, ଟବାକୋ, ଇମ୍ପୋଟେଡ ଜୋତା, ଫର୍ଣ୍ଣିଚର, ଚିକିତ୍ସା ଉପକରଣ, କାନ୍ଥ ଫ୍ୟାନ ମହଙ୍ଗା ହୋଇଛି। ସେହିପରି ଚୀନା ମାଟିରେ ତିଆରି ସରଞ୍ଜାମ, ଏସି, ଫ୍ରିଜ, ଗାଡ଼ି, ଗାଡ଼ି ଯନ୍ତ୍ରପାତି, ରୋଷେଇ ଘରେ ବ୍ୟବହୃତ ଜିନିଷ ଅର୍ଥାତ ବାସନ, ଇସ୍ପାର,ତମ୍ବା, ଆଲକହଲ ଦ୍ରବ୍ୟ ମହଙ୍ଗା ହୋଇଛି।
ଶସ୍ତା:
ବିଦେଶରୁ ଆସୁଥିବା ନ୍ୟୁଜ ପ୍ରିଣ୍ଟ, କୋଟେଡ ପେପର୍‌ , ଅଶୋଧିତ ଚିନି, ସରବିହୀନ କ୍ଷୀର ଶସ୍ତା ହୋଇଛି। ସେହିପରି ପଶୁଜାତ ଉତ୍ପାଦ, ଗୁଡ଼, ସୋୟାବିନ, କେତେକ ଆଲକହଲ ଯୁକ୍ତ ପାନୀୟ ଶସ୍ତା ହୋଇଛି।

Comments are closed.