Odisha Link
Bridging the Missing Links in Odisha

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ସପ୍ତମ ଦିବସ

ଭୁବନେଶ୍ୱର : ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଜନରାଜ୍ୟ ଦିବସଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି । ଏହି ମେଳାରେ ଭାରତର ବିଭିନ୍ନ ପ୍ରାନ୍ତରର ହସ୍ତତନ୍ତ ସଂସ୍ଥାମାନ ଯୋଗଦାନ କରିଛନ୍ତି । ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ପ୍ରତ୍ୟହ ଦିବା ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହୁଛି ।

ପ୍ରତିଦିନ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ହସ୍ତତନ୍ତ ମେଳାରେ ଜାନୁଆରୀ ୩୧ ତାରିଖ ଦିନ ମାଣିଆବନ୍ଧି କଟନ ଦିବସ ରୂପେ ପାଳିତ ହୋଇଯାଇଛି । ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ମାଣିଆବନ୍ଧି କଟନ ବୁଣାରେ ଦକ୍ଷତା ହାସଲ କରିଥିବା ୨ ଜଣ ବୁଣାକାର ଶ୍ୟାମସୁନ୍ଦର କରଣ ଓ ଅନାଦି ଚରଣ ପାତ୍ରଙ୍କୁ ବୟନିକା ତରଫରୁ ବୟନ ସମ୍ମାନରେ ସମ୍ମାନିତ କରାଯାଉଅଛି ।

ଏମାନେ ପାରମ୍ପାରିକ ଭାବେ ମାଣିଆବନ୍ଧି କଟନ ବୁଣା ପିଲାଦିନରୁ ଶିକ୍ଷା କରି ବର୍ତ୍ତମାନ ଏହି ବୟନକଳାକୁ ସୁଦୂର ପ୍ରସାରୀ କରି ପାରିଛନ୍ତି । ଆଜି ହସ୍ତତନ୍ତ ମେଳାରେ ନେହା ନିହାରିକା ଏବଂ ତାଙ୍କ ଗ୍ରୁପ୍‌ର ୟଙ୍ଗ୍‌ ଟାଲେଣ୍ଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।

ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ଦର୍ଶକ ୧୦ଟି ଖାଦ୍ୟ ଷ୍ଟଲ୍‌ରେ ଉପଲବ୍ଧ ହେଉଥିବା ପୁଷ୍ଟିକର ଓଡ଼ିଆ ଖାଦ୍ୟ ଦହିବରା-ଆଳୁଦମ୍‌, ମାଲ ପୁଆ, ବରା, ରାଜସ୍ଥାନୀ ଜିଲାପି ଭଳି ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି । ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments are closed.