Odisha Link
Bridging the Missing Links in Odisha

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି। ମାଲଗାଡ଼ିର ଗୋଟିଏ ବଗି ଧାରଣାରୁ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ଖବର ପାଇ ଡିଆରଏମ୍‌ଙ୍କ ସମେତ ବରିଷ୍ଠ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ଲାଇନଚ୍ୟୁତ ହେବାର ଚାରିଘଣ୍ଟା ଭିତରେ ମରାମତି କରି ଲାଇନ୍ ଖାଲି କରାଯାଇଛି ବୋଲି ଡିଆରଏମ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମାଲବାହୀ ଟ୍ରେନଟି ସରଲା ଷ୍ଟେସନ ପଟୁ ବିଲାସପୁର ଆଡ଼କୁ ଯାଉଥିବା ବେଳେ ଗୋଟିଏ ବଗି ଚକ ରେଳ ଧାରଣାରୁ ଖସିଯାଇଥିଲା। ତେବେ ଦୁର୍ଘଟଣା ସତ୍ତ୍ବେ ରେଳ ଚଳାଚଳରେ କୌଣସି ବାଧାପ୍ରାପ୍ତ ହୋଇନଥିବା କୁହାଯାଇଛି।

Comments are closed.