Odisha Link
Bridging the Missing Links in Odisha

ଦଶନ୍ଧିର ଦେବାଳିଆ ବଜେଟ୍‍: ଅଖିଳେଶ

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍କୁ ଦେବାଳିଆ ବଜେଟ୍‍ ବୋଲି କହିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ସେ କହିଛନ୍ତି, ଏହା ହେଉଛି ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‍। ଅର୍ଥ ବ୍ୟବସ୍ଥାକୁ ସୁଧାରିବାରେ ବିଜେପି ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶରେ ବିଜେପି ସରକାର ରହିଛି, କିନ୍ତୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି ପଦକ୍ଷେପ ନେଇପାରି ନାହାନ୍ତି। ନିଯୁକ୍ତି ସୁଯୋଗ କିପରି ସୃଷ୍ଟି ହେବ? ମୋଦି ସରକାର ବେକାରୀ ସମସ୍ୟାକୁ କିଭଳି ଦୂର କରିବେ? ଅନ୍ୟ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ଏହି ବଜେଟ୍‍ ପ୍ରସ୍ତୁତ ହୋଇଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Comments are closed.