Odisha Link
Bridging the Missing Links in Odisha

କପିଲଙ୍କ ଏପରି ପ୍ରଶ୍ନ ଶୁଣି ନିଜ ହସକୁ ରୋକି ପାରିଲେ ମୋହିତ !

ମୁମ୍ବାଇ : ସମସ୍ତଙ୍କୁ ହସଉ ଥିବା କପିଲ ଶର୍ମା ଶୋକୁ ସର୍ବଦା ଅତିଥୀ ମାନଙ୍କ ଆଗମ ହୋଇଥାଏ । ଏଠାରେ ସେମାନେ ନିଜ ସିନେମାର ପ୍ରମୋଶନ ପାଇଁ ଆସିଥାନ୍ତି । ସିନେମା ମଲଙ୍ଗର ଷ୍ଟାର ମାନଙ୍କୁ କପିଲଙ୍କ ଶୋ ରେ ଦେଖିବାକୁ ମିଳିବ। ଷ୍ଟାର ଆଦିତ୍ୟ ରାୟ କପୁର ଓ ଦିଶା ପଟାନିଙ୍କ ସହ ସିନେମା ନିର୍ଦ୍ଦେଶକ ମୋହିତ ସୁରୀ ଓ ଅଭିନେତା ଅନିଲ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

କପିଲ କିଛିନା କିଛି କଥା କହି ସବୁ ବେଳେ ଦର୍ଶକ ଓ ସେଲିବ୍ରେଟି ମାନଙ୍କୁ ହସାଇଥାନ୍ତି । ସେ ମଜା ମଜା ହିମେଶଙ୍କ ନାରେ ନିର୍ଦ୍ଦେଶକ ମୋହିତଙ୍କୁ ଏପରି କିଛି କଥା ପଚାରି ଦେଲେ ଯାହା ଫଳରେ ସମସ୍ତେ ହସିବାକୁ ଲାଗିଥିଲେ ।

କପିଲ ଏହି ଭିଡ଼ିଓଟିକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । କପିଲ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓଟିକୁ ଶେଆର କରିଛନ୍ତି, ଯେଉଁଥିରେ ସେ ନିର୍ଦ୍ଦେଶକ ମୋହିତ ସୁରୀଙ୍କୁ କହୁଛନ୍ତି, ମୋଟ ୧୨ଟି ଫିଲ୍ମ ମଧ୍ୟରୁ ୭ଟି ଆପଣ ଇମରାନ୍‌ ହାଶ୍‌ମୀଙ୍କ ସହିତ ତିଆରି କରିଛନ୍ତି ।

https://www.instagram.com/p/B8CmJwMgPKc/

‘ମଲଙ୍ଗ’ ଫିଲ୍ମରେ ବି ଇମରାନ୍‌ ହାଶ୍‌ମୀଙ୍କ ପରି କିସିଂ ସିନ୍‌ ରହିଛି । କିନ୍ତୁ ତାଙ୍କୁ କ’ଣ ପାଇଁ ଫିଲ୍ମରେ ନେଲେ ନାହିଁ। କ’ଣ ତାଙ୍କର ଚୁମ୍ୱକୀୟ ଶକ୍ତି କମ୍‌ ହୋଇଗଲା । କପିଲଙ୍କ କଥା ଶୁଣିବା ପରେ ମୋହିତ ତାଙ୍କ ମୁହଁ ଲୁଚାଇ ହସିବାକୁ ଲାଗୁଛନ୍ତି ।

କେବଳ ସେତିକି ନୁହେଁ, ଶୋ’ରେ କପିଲ ଦିଶା ପଟାନିଙ୍କୁ ପ୍ରଶ୍ନ କରିଥିଲେ, ‘ସବୁ ଫିଲ୍ମ ଶେଷରେ ଆପଣ କାହିଁକି ମରି ଯାଉଛନ୍ତି। ତେବେ ସିନେମାଟି ’ ୭ ଫେବୃଆରୀରେ ରିଲିଜ୍‌ ହେବ। ଏଥିରେ ଆଦିତ୍ୟ ରାୟ କପୁର, ଦିଶା ପଟାନି, ଅନିଲ କପୁରଙ୍କ ବ୍ୟତୀତ କୁନାଲ ଖେମୁଙ୍କ ଅଭିନୟ ଦେଖିବାକୁ ମିଳିବ।

Comments are closed.