Odisha Link
Bridging the Missing Links in Odisha

କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଦିଲ୍ଲୀରେ ଜମୁଛି ନିର୍ବାଚନୀ ପ୍ରଚାର। ତିନି ପ୍ରମୁୁଖ ଦଳ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି। ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଚନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଶାହିନ୍‌ବାଗ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆପ୍‌ର ସଦସ୍ୟ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ ସୂଚନା ମିଳିବା ପରେ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି।

ଗମ୍ଭୀର ଟ୍ବିଟ୍‌ କରି ଏହି ମତ ଦେଇଛନ୍ତି। କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ। ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ। ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ।

Comments are closed.