Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀଙ୍କୁ ୭ ଦିନ ସମୟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୪ ଦୋଷୀଙ୍କୁ ୭ ଦିନ ସମୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତତ୍କାଳ ଫାଶି ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହ ଦୋଷୀଙ୍କୁ ପୃଥକ ଫାଶି ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ୪ ଦୋଷୀଙ୍କୁ ୭ ଦିନ ମଧ୍ୟରେ ସମସ୍ତ ଆଇନଗତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ। ଜଷ୍ଟିସ୍‌ ସୁରେଶ କୁମାର କାଇ ଏହି ମାମଲାର ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ,ସୂଚନାଯୋଗ୍ୟ, ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଡେଥ୍‌ ଓ୍ବାରେଣ୍ଟି ସ୍ଥଗିତ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ତଳ କୋର୍ଟର ସ୍ଥଗିତା ଦେଶକୁ ଚ୍ୟାଲେଞ୍ଜ କରିଥିଲେ ଉଭୟ କେନ୍ଦ୍ର ସରକାର ଏବଂ ତିହାର ଜେଲ୍‌ କର୍ତ୍ତୃପକ୍ଷ। ଆବେଦନରେ ଦର୍ଶାଇଥିଲେ, ଦୋଷୀମାନେ ଗୋଟିଏ ପରେ ଗୋଟିଏ ରିଭ୍ୟୁ, କ୍ୟୁରେଟିଭ୍‌ ଏବଂ କ୍ଷମା ଆବେଦନ କରି ଫାଶିକୁ ବିଳମ୍ବିତ କରୁଛନ୍ତି। ଏହା ବ୍ୟତୀତ ମଙ୍ଗଳବାର ନିର୍ଭୟାଙ୍କ ପିତାମାତା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ଦର୍ଶାଇଛନ୍ତି, କେନ୍ଦ୍ର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ପ୍ରତି ଦୃଷ୍ଟି ଦିଆଯାଉ।

Comments are closed.