Viral Video ଗର୍ଭଗୃହରେ ମୁସଲମାନ: ‘ମୋ ମୁଣ୍ଡ କାଟ, ମନ୍ଦିର ଜାଗାରେ ମସଜିଦ୍ ଗଢ଼’

କୋଲାର: କର୍ଣ୍ଣାଟକର ଏକ ହିନ୍ଦୁ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ପ୍ରବେଶ କରିଥିବାର ଭିଡିଓ ଗତକାଲି ଠାରୁ ଭାଇରାଲ ହେବାରେ ଲାଗିଛି।
କର୍ଣ୍ଣାଟକର କୋଲାର ଠାରେ ଥିବା ଏକ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ଗର୍ଭଗୃହ ଭିତରେ ତଳେ ଶୋଇଥିବାର ଦେଖାଯାଉଛି। କନ୍ନଡ଼ ଭାଷାରେ ସେ ‘ମୋ ମୁଣ୍ଡ କାଟ’ ବୋଲି କହୁଥିବାର ଅଭିଯୋଗ ହୋଇଛି। ସେଥିରେ ସେ ‘ମନ୍ଦିର ଜାଗାରେ ମସଜିଦ୍ ଗଢ଼’ ବୋଲି ମଧ୍ୟ କହୁଛନ୍ତି ବୋଲି ଦର୍ଶାଯାଇଛି।
ଭିଡିଓ ଶେଷରେ ଜଣେ ବ୍ୟକ୍ତି କନ୍ନଡ଼ ଭାଷାରେ କହୁଛନ୍ତି- ୟନ୍ନା ଓଡେ ପା। କନ୍ନଡ଼ ଭାଷାରେ ଏହାର ଅର୍ଥ- ସମସ୍ତେ (ସବୁ ଠାକୁର) ସମାନ।