Odisha Link
Bridging the Missing Links in Odisha

ରେଳ ଅନୁଦାନ ନୈରାଶ୍ୟଜନକ: ପଦ୍ମନାଭ

ଭୁବନେଶ୍ବର: ରେଳ ବଜେଟ୍‌କୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ରେଳ ବଜେଟ ଓଡ଼ିଶା ପାଇଁ ନୈରାଶ୍ୟଜନକ। ଯେତିକି ଦାବି କରିଥିଲୁ ସେତିକି ମିଳିନାହିଁ। ଏହା ସହିତ ଆଉ ନୂଆ ଲାଇନ୍‌ ପାଇଁ ବି କିଛି ଦିଆଯାଇ ନାହିଁ। ରେଳ ବାବଦରେ ମୁଖ୍ୟମନ୍ତ୍ରୀ ବାରମ୍ବର ଚିଠି ଲେଖିବା ପରେ ବି ଅବହେଳା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

୨୦୧୯ରେ ସାଧାରଣ ନିର୍ବାଚନ ଥିଲା। ଏଣୁ ସ୍ବାଭାବିକ ଭାବେ କେନ୍ଦ୍ର ସରକାର ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶା ପ୍ରତି ଟିକିଏ ଉଦାରତା ପ୍ରଦର୍ଶନ କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ କିନ୍ତୁ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଆବଣ୍ଟିତ ଅର୍ଥ ରାଶି ପାଖାପାଖି ୧୬୨୦ କୋଟି ଟଙ୍କା ହ୍ରାସ ପାଇଛି।
ଚଳିତ ରେଳ ବଜେଟରେ ଓଡିଶାକୁ ମିଳିଛି ୪ ହଜାର ୩ ଶହ ୭୩ କୋଟି ଟଙ୍କା। ଯାହା ଗତବର୍ଷର ଅନୁଦାନ ତୁଳନାରେ କମ ରହିଛି। ଚଳିତ ବଜେଟରେ ପୂର୍ବତଟ ରେଳପଥ ପାଇଁ ବ୍ୟୟ ବରାଦ ହୋଇଛି ୫ ହଜାର ୮୬୫ କୋଟି ଟଙ୍କା। ଓଡିଶାର ଦୁଇଟି ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି। ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀର ୨୪୧କିଲୋମିଟର ସହ ନୂଆପଡା- ଗୁଣୁୁପୁର-ଥେରୁବାଲି ରେଳଲାଇନକୁ ବି ଅନୁମୋଦନ ମିଳିଛି।

Comments are closed.