Odisha Link
Bridging the Missing Links in Odisha

ବିମାନ ଅବତରଣ ବେଳେ ଦୁର୍ଘଟଣା, ୩ ମୃତ, ୧୭୯ ଆହତ

ତୁର୍କୀ: ବିମାନ ଅବତରଣ ବେଳେ ବଡ଼ ଦୁର୍ଘଟଣା। ଗତକାଲି ତୁର୍କୀର ରାଜଧାନୀ ଇସ୍ତାନବୁଲ ଏୟାରପୋର୍ଟ ରନ୍‌ୱେରେ ଘଟିଛି ବିମାନ ଦୁର୍ଘଟଣା। ୧୭୭ ଯାତ୍ରୀଙ୍କୁ ନେଇ ଆସୁଥିବା ପେଗାସସ ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ଅବତରଣ ସମୟରେ ଭାରସାମ୍ୟ ହରାଇ ରନ୍‌ୱେ ବାହାରକୁ ଚାଲିଯାଇ ୩ ଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୨ ଜଣ ଶିଶୁ ମଧ୍ୟ ଅଛନ୍ତି। ପେଗାସସ ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ଭାରସାମ୍ୟ ହରାଇ ୩ ଖଣ୍ଡ ହୋଇଯାଇଥିଲା ଏବଂ ପରେ ବିମାନରେ ନିଆଁ ଲାଗିଯାଇଛି। ପ୍ରତିକୂଳ ପାଣିପାଗ ଯୋଗୁଁ ବିମାନଟି ଅବତରଣ ସମୟରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Comments are closed.