Odisha Link
Bridging the Missing Links in Odisha

ଭାରତର ଉର୍ଜା ସୁରକ୍ଷାକୁ ବଢାଇବ ଦ୍ୱିପାକ୍ଷିକ ଚୁକ୍ତି : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଫେବୃୟାରୀ ନୂଆଦିଲ୍ଲୀ ଠାରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜନେଫ୍ଟର ସିଇଓ ଇଗୋର ସଚିନ୍ ଏବଂ ତାଙ୍କର ଏକ ଉଚ୍ଚ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଥମ ଥର ପାଇଁ ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି ।

ଏହି ଚୁକ୍ତି ଫଳରେ ଋଷ ଭାରତକୁ ବାର୍ଷିକ ୨ ଏମ୍‌ଏମ୍‌ଟି ଅଶୋଧିତ ତୈଳ ଯୋଗାଇବ । ଏହି ଅବସରରେ ପ୍ରଧାନ କହିଛନ୍ତି ଯେ ଆଜିର ଚୁକ୍ତି ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି ।

ଏହି ଚୁକ୍ତି ଭାରତର ଉର୍ଜା ସୁରକ୍ଷାକୁ ବଢାଇବା ଦିଗରେ ବଡ ପଦକ୍ଷେପ । ଭାରତ ଏବଂ ଋଷ ସମ୍ପର୍କ ମଧ୍ୟରେ ହାଇଡ୍ରୋକାର୍ବନ ହେଉଛି ଉଭୟ ଋଣନୈତିକ ବିଶେଷାଧିକୃତ ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଭାରତର ଉର୍ଜା ସୁରକ୍ଷାରେ ରୋଜନେଫ୍ଟ ଏକ ଭଲ ସହଯୋଗୀ କମ୍ପାନୀ ବୋଲି ପ୍ରଧାନ କହିଛନ୍ତି ।

ଭାରତୀୟ ତୈଳ ଏବଂ ଗ୍ୟାସ ପିଏସୟୁ ଏବଂ ରୋଜନେଫ୍ଟ ମଧ୍ୟରେ ଚାଲୁଥିବା ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଉପରେ କେନ୍ଦ୍ରମନ୍ତ୍ରୀ ଓ ରେଜନେଫ୍ଟର ସିଇଓ ସମୀକ୍ଷା କରିଥିଲେ । ଦ୍ୱିପାକ୍ଷିକ ଉର୍ଜା ସହଯୋଗକୁ ବଢାଇବା ଓ ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତୈଳରେ ପୁଞ୍ଜିନିବେଶ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଉଭୟ ଚର୍ଚ୍ଚା କରିଥିଲେ ।

ଉଲ୍ଲେଖନୀୟ ଯେ, ଆଜିର ବୈଠକରେ ଋଷର ଭୋଷ୍ଟକ ପ୍ରକଳ୍ପରେ ଭାରତର ପୁଞ୍ଜିନିବେଶର ରୋଡମ୍ୟାପ୍ ସମେତ ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଦ୍ୱିପାକ୍ଷିକ ଚୁକ୍ତିକୁ ଆଗକୁ ନେବା ନେଇ ଉଭୟ ସମ୍ମତି ପ୍ରକାଶ କରିଥିଲେ ।

ଭାରତର ଉର୍ଜା ସୁରକ୍ଷାକୁ ମଜବୁତ୍ କରିବା ଏବଂ ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ସହ ମିଳିତ ଭାବରେ କାମ କରିବା ପାଇଁ ସହଯୋଗକୁ ବଢାଇବା ପାଇଁ ରୋଜନେଫ୍ଟର ସିଇଓ ସମ୍ମତି ପ୍ରଦାନ କରିଥିଲେ ।

Comments are closed.