Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ମାତାଲ ପୁଲିସ ବାବୁ

ମୟୁରଭଞ୍ଜ: ମୟୁରଭଞ୍ଜ ବେତନଟୀ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ସଚିଦାନନ୍ଦ କିଷାନ ଗତକାଲି ସଂଧ୍ୟାରେ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟ ଏକ ଦୋକାନରେ ଅଚେତ ଅବସ୍ଥାରେ ପଡିରହିଥିଲେ। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଥାନାରେ ଛାଡିଥିଲେ। ମାତାଲ ପୋଲିସ ବାବୁଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ସବ ଇନ୍ସପେକ୍ଟରଙ୍କ ଭିଡିଓ ଭାଇରାଲ ହେବା ସହ ସ୍ଥାନୀୟ ଲୋକେ ଏନେଇ ଏସପିଙ୍କୁ ଅବଗତ କରିବା ପରେ ସବ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସପି। ଘଟଣାର ତଦନ୍ତ କରି ଏସପି, ସବ୍ ଇନ୍ସପେକ୍ଟର ସଚିଦାନନ୍ଦ କିଷାନଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି।

Comments are closed.