Odisha Link
Bridging the Missing Links in Odisha

ଶାହୀନ୍‌ ବାଗ୍‌ରେ ଆନ୍ଦୋଳନ ନୁହେଁ, ଆତ୍ମଘାତୀ ବିସ୍ଫୋରକଙ୍କୁ ତାଲିମ ଦିଆଯାଉଛି: ଗିରିରାଜ ସିଂହ

ନୂଆଦିଲ୍ଲୀ: ଶାହୀନ୍‌ବାଗ୍‌ଠାରେ ହେଉଥିବା ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀର ଶାହୀନ୍‌ବାଗ୍‌ଠାରେ ଆତ୍ମଘାତୀ ବିସ୍ଫୋରକ ସ୍କ୍ୱାଡ୍‌କୁ ତାଲିମ ଦିଆଯାଉଛି। ସେଠାରେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି।

ଗିରିରାଜ ଟ୍ୱିଟର ଜରିଆରେ କହିଛନ୍ତି, “ଶାହୀନ୍‌ବାଗ୍‌ ଆଉ ଏକ ଆନ୍ଦୋଳନ ହୋଇ ରହିନାହିଁ। ଏଠି ଆତ୍ମଘାତୀ ବିସ୍ଫୋରକଙ୍କୁ ତାଲିମ ଦିଆଯାଉଛି। ଏହା ଏକ ଦେଶ ଏବଂ ଦେଶର ରାଜଧାନୀ ବିରୋଧରେ ଷଡ଼ଯନ୍ତ୍ର।” ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସି ଆଦି ବିରୋଧରେ ଏଠାରେ ବେଶ କିଛି ଦିନ ଧରି ଆନ୍ଦୋଳନ ଚାଲୁ ରହିଛି। ଶାହୀନ୍‌ ବାଗ୍‌ର ଆନ୍ଦୋଳନରେ ମୁଖ୍ୟତଃ ମହିଳାମାନେ ଯୋଗ ଦେଇଛନ୍ତି।

Comments are closed.