Odisha Link
Bridging the Missing Links in Odisha

କାଶ୍ମୀରରେ କମିଛି ଆତଙ୍କୀ ହମ୍‌ଲା : ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ଗତ ୬ ମାସରେ ଆତଙ୍କବାଦୀ ଆକ୍ରମଣ କମିଛି। ଏନେଇ ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଭାଶେ। ମନୋଜ ମୁକୁନ୍ଦ ନରଭାଶେ କହିଛନ୍ତି ଯେ, କାଶ୍ମୀର ଉପତ୍ୟକାରେ ଗ୍ରେନେଡ ଓ ଆଇଡିରେ ଆକ୍ରମଣ କିମ୍ବା ଗୁଳିମାଡ ଜନିତ ଘଟଣା ହ୍ରାସ ପାଇଛି। ପାକି୍ସ୍ତାନ ଆତଙ୍କବାଦୀଙ୍କ ଅଧିକାଂଶ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛୁ। କିନ୍ତୁ ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ବଢିଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାବୁ ସେମାନେ ଏଭଳି କରୁଛନ୍ତି ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି।

Comments are closed.