Odisha Link
Bridging the Missing Links in Odisha

ବହୁସଂଖ୍ୟକ ସାବଧାନ ରୁହନ୍ତୁ, ନଚେତ୍‌ ଫେରିପାରେ ମୋଗଲ ଶାସନ: ବିଜେପି ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣ ଉପରେ ଚର୍ଚ୍ଚା କରୁଥିଲେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ। ଚର୍ଚ୍ଚା ସମୟରେ ତେଜସ୍ବୀ ଶାହିନ୍‌ ବାଗ୍‌ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ ଆଲୋଚନ କରିଥିଲେ। ସେ କହିଥିଲେ ଯେ, ବହୁସଂଖ୍ୟକ ସମାଜ ସତର୍କ ରହିବା ଜରୁରୀ ଅଟେ। ନଚେତ୍‌ ମୋଗଲ ଶାସନ ପୁଣି ଆସିବ।

ଲୋକସଭାରେ ତେଜସ୍ବୀ କହିଥିଲେ ଯେ, ଯଦି ବହୁସଂଖ୍ୟକ ସମାଜ ସତର୍କ ରହିବେ ନାହିଁ ତେବେ ମୋଗଲ ଶାସନ ଆଉ ବହୁ ଦୂର ନାହିଁ। ତେଜସ୍ବୀଙ୍କ ମନ୍ତବ୍ୟ ପରେ ବିରୋଧୀ ହଙ୍ଗାମା କରିଥିଲେ। ମୋଦି ସରକାରଙ୍କୁ ପ୍ରଶଂସା କରି କହିଥିଲେ ଯେ, ପୁରୁଣା ଘା ନଶୁଖିବା ପର୍ଯ୍ୟନ୍ତ ନ୍ୟୁ ଇଣ୍ଡିଆ ନିର୍ମାଣ ସମ୍ଭବ ନୁହେଁ।

Comments are closed.