Odisha Link
Bridging the Missing Links in Odisha

୯ ଯାଏଁ ବର୍ଷିବ

ଭୁବନେଶ୍ବର: ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରୁ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୯ ତାରିଖ ଯାଏଁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିବ। ୧୦ ତାରିଖରୁ ପାଗ ଶୁଖିଲା ରହିବ। ଆଜି ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ୩୦ରୁ ୪୦ କି.ମି ବେଗରେ ପବନ ବହିବା ସହ କୁଆପଥର ବର୍ଷାର ସମ୍ଭାବନା ରହିଛି।

କେନ୍ଦୁଝର, ମୟୁରଭଂଜ, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। କଳାହାଣ୍ଡି, କୋରାପୁଟ, ବଳାଙ୍ଗିର ଓ ରାୟଗଡାରେ ଘନ କୁହୁଡି ଦେଖାଯିବ।

Comments are closed.