Odisha Link
Bridging the Missing Links in Odisha

ଦିଲ୍ଲୀ ବିଧାନସଭା ନିର୍ବାଚନ: ଚାଲିଛି ମତଦାନ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ସକାଳ ୮ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ମତଦାନ ପାଇଁ ୨୬୮୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି।ମତଦାନ କେନ୍ଦ୍ର ମଧ୍ୟରୁ ୫୪୫ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ପାଇଁ ଦିଲ୍ଲୀ ପୋଲିସ ଏବଂ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଡା ବ୍ୟବସ୍ଥା ନିଆ ଯାଇଛି। ସେହିପରି ନବାଗତ ମତଦାତା ନିର୍ବାଚନକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧ କୋଟି ୪୭ ଲକ୍ଷ ୮୬ ହଜାର ୩୮୨ ଲୋକଙ୍କୁ ମତଦାନ ଅଧିକାର ମିଳିଛି। ଏଥିରେ ୨ ଲକ୍ଷ ୩୨ ହଜାର ୮୧୫ ଜଣ ମତଦାତା ୧୮ ରୁ ୧୯ ବର୍ଷ ବୟସର ଯୁବପୀଢ଼ି ସାମିଲି ଅଛନ୍ତି। ଭୋଟରଙ୍କୁ ମତଦାନ କେନ୍ଦ୍ରରେ ମାଗଣାରେ ପହଞ୍ଚାଇବା ପାଇଁ ବାଇକ ଟ୍ୟାକ୍ସ ଏଗ୍ରିଗେଟର ଘୋଷଣା କରିଛି।

ବିଧାନସଭାର ସମସ୍ତ ୭୦ଟି ଆସନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୬୬ଟି, ବିଜେପି ୬୭ଟି, ଜେଡିୟୁ ୨ଟି, ଏଲଜେପି ୧ଟି, ଆରଜେଡି ୪ଟି ଆସନରେ ପ୍ରାର୍ଥୀ ଦେଇଛି। ୩୯୭ ଜଣ ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଫେବୃଆରୀ ୧୧ରେ ଭୋଟ ଗଣତି ହେବ।

Comments are closed.