Odisha Link
Bridging the Missing Links in Odisha

ଦ୍ବିତୀୟ ଦିନିକିଆ: ହାରିଲା ଭାରତ, ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ ମ୍ୟାଚ୍‌ରେ ୨୨ ରନ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେଲା ଭାରତ। ଭାରତ ସମ୍ମୁଖରେ ୨୭୪ରନ୍‌ର ଟାର୍ଗେଟ ଥିବା ବେଳେ ଭାରତ ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ରେ ଯୁବ ଖେଳାଳୀ ଶ୍ରେୟସ୍‌ ଆୟନ୍‌ (୫୨), ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (୫୫), ଓ ଦ୍ରୁତ ବୋଲର୍‌ ନଭଦୀବ ସାଇନିଙ୍କ (୪୫) ରନ୍‌ ସତ୍ତ୍ୱେ ଭାରତ ୪୮.୩ ଓଭରରେ ୨୫୧ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଟିମ୍‌ ଇଣ୍ଡିଆ ଏହି ଦିନିକିଆ ସିରିଜ୍‌ ହାରି ଯାଇଛି।

ଘରୋଇ ନ୍ୟୁଜିଲାଣ୍ଡ ଦଳ ୫-୦ ରେ ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍କୁ କବଜ୍ଜା କରିବାରେ ସକ୍ଷମ ହୋଇଛି। ଦ୍ବିତୀୟ ଦିନିକିଆରେ ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା। ଦୁଇ ଓପନର ମାର୍ଟିନ ଗୁପଟିଲ ଏବଂ ହେନରୀ ନିକୋଲ୍‌ସ ପ୍ରଥମ ୱିକେଟରେ ୯୩ ରନ୍‌ର ଭାଗିଦାରି କରିଥିଲେ। ନିକୋଲ୍‌ସ ଆଉଟ୍‌ ହୋଇଯିବା ପରେ ଟମ୍‌ ବ୍ଲଣ୍ଡେଲ ଏବଂ ଗୁପ୍‌ଟିଲ ୨ ୱିକେଟ୍‌ ପାର୍ଟନରଶିପରେ ୪୯ ରନ୍‌ ଯୋଡ଼ିଥିଲେ। ୧୪୨ ରନରେ ଟମ୍‌ ବ୍ଲଣ୍ଡେଲ ଏବଂ ୧୫୭ ରନରେ ଗୁପଟିଲ ଆଉଟ ହୋଇଯାଇଥିଲେ। ଏହା ପରେ ଦଳ କ୍ରମାଗତ ୱିକେଟ ପତ୍ତନ ଘଟିଥିଲା। ଦଳ ୧୯୭ ରନରେ ୮ ୱିକେଟ ହରାଇ ସାରିଥିଲା। ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡକୁ ୨୨୦ ରନରେ ଅଟକାଇବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ରସ୍‌ ଟେଲର ଏବଂ ଜାମିଶନ ଦଳ ଆଉ କୌଣସି କ୍ଷତି ହେବାକୁ ନ ଦେଇ ସ୍କୋରକୁ ୨୭୩ ରନରେ ପହଞ୍ଚାଇଥିଲେ।

୨୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ହରାଇ ଚାଲିଥିଲା। ଦଳର ଓପନିଂ ଯୋଡ଼ି ସମେତ ମିଡିଲ ଅର୍ଡର ମଧ୍ୟ ବିଫଳ ହୋଇଥିଲା। ଦଳ ପକ୍ଷରୁ କେବଳ ଶ୍ରେୟସ ଆୟାର ଭଲ ପ୍ରଦର୍ଶନ କରି ସର୍ବାଧିକ ୫୨ ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ। ଦଳ ୩୧.୧ ଓଭରରେ ୭ ୱିକେଟ ବିନିମୟରେ ୧୫୩ ରନ୍‌ କରିଥିଲା। ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ଆଶା ସମ୍ପୂର୍ଣ୍ଣ ମଉଳି ଯାଇଥିଲା। କିନ୍ତୁ ରବୀନ୍ଦ୍ର ଜାଡେଜା ଏବଂ ନବଦୀପ ସଇନି ୮ମ ୱିକେଟରେ ୮୬ ରନ୍‌ କରି ଦଳର ବିଜୟ ଆଶା ଉଜ୍ଜୀବିତ କରିଥିଲେ। କିନ୍ତୁ ସଇନି ଆଉଟ୍‌ ହୋଇଯିବା ପରେ ପରେ ୟୁଜଭେନ୍ଦ୍ର ଚହଲ କିଛି ସମୟ ପାଇଁ ତିଷ୍ଠି ରହିଥିଲେ। ସେ ଆଉଟ୍‌ ହେବା ପରେ ଜାଡେଜା ବଟ୍‌ ଶଟ୍‌ ଖେଳିବାକୁ ଯାଇ ଆଉଟ୍‌ ହୋଇଯାଇଥିଲେ। ୪୮.୩ ଓଭରରେ ଦଳ ସମସ୍ତ ୱିକେଟ୍‌ ହରାଇ ୨୫୧ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।

Comments are closed.