Odisha Link
Bridging the Missing Links in Odisha

ବିଦ୍ୟୁତ ତାର ଛିଡି ଜଳିଗଲା ବାଇକ : ଅଳ୍ପକେ ବର୍ତ୍ତିଲେ ଦାଦା ଓ ପୁତୁରା

ଚାନ୍ଦବାଲି: ଭଦ୍ରକ ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଅଘଟଣ। ବାଇକ୍ ଉପରେ ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର। ୨ ଜଣ ବାଇକରେ ଯାଉଥିବା ବେଳେ ସେମାନଙ୍କ ଉପରେ ତାରଟି ଛିଣ୍ଡି ପଡିଥିଲା।

ବିଦ୍ୟୁତ ଆଘାତରେ ବାଇରେ ବସିଥିବା ଦୁଇ ଜଣ ଯାକ ବ୍ୟକ୍ତି ରାସ୍ତା କଡକୁ ଛିଟିକି ପଡିଥିଲେ। ସେମାନେ ହେଲେ ସୁରେନ୍ଦ୍ର ଜେନା ଓ ଦୁର୍ଯ୍ୟଧନ ରାଉଳ। ତେବେ ବିଦ୍ୟୁତ ସଂସ୍ପର୍ଶରେ ଆସି ବାଇକଟି ପୁରା ଜଳିଯାଇଛି। ବାଇକ୍ ଚାଳକ ଓ ବସିଥିବା ଲୋକଙ୍କୁ ଏକ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ପଠାଯାଇଛି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି।

Comments are closed.