Odisha Link
Bridging the Missing Links in Odisha

ସାବଧାନ! ଶୁଖୁଆ ଖାଇଲେ କ୍ୟାନ୍ସର

ଭୁବନେଶ୍ବର: ଓଡ଼ିଶାରେ, ବିଶେଷ କରି ଉପକୂଳ ଓଡ଼ିଶାରେ ବେଶ୍‌ ପ୍ରସିଦ୍ଧ ଶୁଖୁଆ (ଶୁଖିଲା ମାଛ) ଯୋଗୁଁ ହେଉଛି କ୍ୟାନ୍ସର ରୋଗ। ଉପକୂଳ ଓଡ଼ିଶାରୁ ସର୍ବାଧିକ ପେଟ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଶୁଖୁଆ ଖାଇବା ଯୋଗୁଁ ପେଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଲୁଣି ଶୁଖୁଆ କ୍ୟାନ୍ସରର ଅନ୍ୟତମ ପ୍ରମୁଖ କାରଣ ବୋଲି କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶୁଖୁଆ ସାଙ୍ଗକୁ ମସଲାଯୁକ୍ତ ଖାଦ୍ୟ ପେଟ କ୍ୟାନ୍ସରର ପ୍ରମୁଖ କାରଣ ବୋଲି ଡାକ୍ତର ଷଡ଼ଙ୍ଗୀ କହିଛନ୍ତି।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପେଟ-କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଉପକୂଳ ଓଡ଼ିଶାର। ଏହା ପଛରେ ଶୁଖୁଆ ରହିଛି ବୋଲି ଡାକ୍ତରମାନେ ଦାବି କରୁଛନ୍ତି। ତେବେ ଏହି ଦାବିକୁ ବିଜ୍ଞାନସମ୍ମତ କରିବା ପାଇଁ ଅଧିକ ଗବେଷଣା ଲୋଡ଼ା ବୋଲି ଭୁବନେଶ୍ବର ଏମ୍‌ସର ଅଂକୋଲୋଜିଷ୍ଟ ଡାକ୍ତର ମାଧବାନନ୍ଦ କର ଗଣମାଧ୍ୟମକୁ କହିଛନ୍ତି।

Comments are closed.