Odisha Link
Bridging the Missing Links in Odisha

ବସ ଟ୍ରାଜେଡି: ଚାଲିଛି ଦୋଷ ଠେଲାଠେଲି!

ଭୁବନେଶ୍ୱର: ବ୍ରହ୍ମପୁରରେ ୧୧ କେଭି ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୋଷ ଲଦାଲଦି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ସାଉଥକୋ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଣ୍ଡରେ ଅଠା ବଳିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଉଚ୍ଚା କରିବାରୁ ଏଭଳି ଘଟିଥିବା ସାଉଥକୋ ପକ୍ଷରୁ କୁହାଯାଇଛି। ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରେ ଏଭଳି ଦୋଷ ଦର୍ଶାଇ ସାଉଥକୋ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରକୁ ଦୋଷ ଠେଲି ଦେଇଛି। ସାଉଥକୋର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ ସ୍ଲିପର କୋଚ ବସଟି ୧୨ ଫୁଟ ଉଚ୍ଚ ଥିଲା। ଉପରେ ଲଗେଜ କ୍ୟାରିୟର ଥିଲା। ୧୧କେଭି ବିଦ୍ୟୁତ ତାର ପାଇଁ ଗ୍ରାଉଣ୍ଡ କ୍ଲିୟରାନ୍ସ ୧୨ ଫୁଟ ରହିଥିଲା। ୨୦୧୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟିକୁ କଂକ୍ରିଟ କରି ଉଚ୍ଚ କରିଥିଲା। ରାସ୍ତା ପ୍ରାୟ ୩ଫୁଟ ଉଚ୍ଚ କରିବାରୁ ଗ୍ରାଉଣ୍ଡ କ୍ଲିୟରାନ୍ସ ୯ଫୁଟକୁ ଖସିଥିଲା ବୋଲି ସାଉଥକୋ ପକ୍ଷରୁ କୁହାଯାଇଛି।

ସେପଟେ ଏହି ବସ ଡ୍ରାଜେଡି ଘଟଣାରେ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ପରୋକ୍ଷରେ ଦୋଷ ଠେଲିଛନ୍ତି। କମ ଉଚ୍ଚତାରେ ବିଦୁ୍ୟତ ତାର ରହୁଥିବା କଥା ସେ କହିଛନ୍ତି। କମ ଉଚ୍ଚରେ ବିଦୁ୍ୟତ ତାର ରହୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। କମ ଉଚ୍ଚରେ ବଦ୍ୟୁତ ତାର ରହୁଥିବା କଥା ବିଭାଗ ସହ ଆଲୋଚନା କରିବୁ। ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି। ବସଟି ଯାଉଥିବା ରୁଟର ଅନୁମତି ନେଇଥିଲା କି ନାହିଁ ତାହାର ତଦନ୍ତ ହେବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Comments are closed.