Odisha Link
Bridging the Missing Links in Odisha

ସାବରିମାଲା ମାମଲା: ବୃହତ୍ତର ଖଣ୍ଡପୀଠକୁ ପ୍ରଶ୍ନ ରେଫର୍‌ ହେବ

ନୂଆଦିଲ୍ଲୀ: ସାବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଉଠୁଥିବା ଆଇନଗତ ପ୍ରଶ୍ନକୁ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ ହେବ ବୋଲି ଆଜିର ଶୁଣାଣିରେ ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୯ଜଣିଆ ବିଚାପତି ବିଶିଷ୍ଟ ଖଣ୍ଡପୀଠ କହିଛନ୍ତି ଯେ, ରିଭ୍ୟୁ ଜୁରିସ୍‌ଡିକ୍ସନ୍‌ ଅନ୍ତର୍ଗତ ନିଜର ସୀମିତ କ୍ଷମତା ପ୍ରୟୋଗ କରିବା ସମୟରେ ସୁପ୍ରିମ୍‌ କୋର୍ଟ ଆଇନଗତ ପ୍ରଶ୍ନ ପ୍ରସ୍ତୁତ କରି ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିବେ। ଖଣ୍ଡପୀଠଙ୍କ ଶୁଣାଣି ନିମନ୍ତେ ଅଦାଲତ ପ୍ରଶ୍ନଗୁଡ଼ିକର ପୁନଃପ୍ରସ୍ତୁତି କରିସାରିଛନ୍ତି।

ଆସନ୍ତା ଫେବୃଆରୀ ୧୭ ତାରିଖରୁ ଦିନ ୯ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କ ଆଗରେ ଏହାର ଶୁଣାଣି ହେବ।  ଉଭୟ ପକ୍ଷଙ୍କ ତରଫରୁ ଜଣେ ଲେଖାଏଁ ଓକିଲ ଯୁକ୍ତିତର୍କର ନେତୃତ୍ୱ ନେବେ ଏବଂ ସେମାନଙ୍କୁ ଏଥି ନିମନ୍ତେ ଗୋଟିଏ ଦିନ ସମୟ ମିଳିବ ଏଥିସହ ପ୍ରତ୍ୟେକ ଓକିଲଙ୍କୁ ଅତିରିକ୍ତ ଯୁକ୍ତି ନିମନ୍ତେ ଦୁଇ ଘଣ୍ଟା ସମୟ ମିଳିବ। ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ୧୪ ତାରିଖ ଦିନ ସାବରିମାଲା ରିଭ୍ୟୁ ପିଟିସନ୍‌ଗୁଡ଼ିକର ଶୁଣାଣି କରୁଥିବା ପାଞ୍ଚ ବିଚାରପତିବିଶିଷ୍ଟ ଖଣ୍ଡପୀଠ ସାତୋଟି ପ୍ରଶ୍ନ ପ୍ରସ୍ତୁତ କରିଥିଲେ। ସମ୍ବିଧାନରେ ଥିବା ଧାର୍ମିକ ସ୍ୱାଧୀନତା ଓ ବିଶ୍ୱାସ ଉପରେ ଏହି ପ୍ରଶ୍ନଗୁଡ଼ିକ ଆଧାରିତ।

Comments are closed.