Odisha Link
Bridging the Missing Links in Odisha

ମୋହନ ମାଝୀଙ୍କୁ ଅପମାନ!

ଭୁବନେଶ୍ୱର: ରେଲୱେ ଅନୁଦାନ ନେଇ ବସିଥିବା ଗୃହ କମିଟି ବୈଠକ ଅଧାରୁ ଉଠିଆସିଲେ ମୋହନ ମାଝୀ। ଅପମାନ କରାଯାଇଥିବା ଅଭିଯୋଗ କରି ଶ୍ରୀ ମାଝୀ ବୈଠକ ଅଧାରୁ ଉଠି ଆସିଥିବା ଜଣାଯାଇଛି। ଏହାଛଡ଼ା କମିଟି ସଦସ୍ୟଭାବେ କାଲି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସେ ଯୋଗଦେବେନି ବୋଲି କହିଛନ୍ତି। ଶ୍ରୀ ମାଝୀ ବୈଠକରେ ପଚାରିଥିବା ପ୍ରଶ୍ନର ଉତ୍ତର ସରକାରୀ ଅଧିକାରୀ ନଦେବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଚସ୍ପତି ଯାହା ପଚାରିଲେ ଉତ୍ତର ଦିଆଯିବ। ଆପଣଙ୍କୁ ଉତ୍ତର ଦେବାକୁ ବାଧ୍ୟ ନୁହେଁ ବୋଲି ସରକାରୀ ଅଧିକାରୀ କହିଥିବା ଶ୍ରୀ ମାଝୀ କହିଛନ୍ତି ।
ସେପଟେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଥିବା ଅଭିଯୋଗର ଉତ୍ତର ରଖି ଶ୍ରୀ ମାଝୀ କହିଛନ୍ତି ଯେ, ରେଳ ଅନୁଦାନ ସାମାନ୍ୟ ହ୍ରାସ ପାଇଛି। ଗୋପାଳପୁର-ଫୁଲବାଣୀ ପ୍ରକଳ୍ପ ପାଇଁ ୨୯୦୦ କୋଟିର ବଜେଟ ହୋଇଛି। ଏହାକୁ ମୂଳ ବଜେଟ ସହ ମିଶାଗଲେ ୨ ହଜାର କୋଟି ଅଧିକ ପାଇଛୁ ବୋଲି ଶ୍ରୀ ମାଝୀ କହିଛନ୍ତି।

Comments are closed.