Odisha Link
Bridging the Missing Links in Odisha

ବିଦ୍ୟୁତ୍‌ ଆଘାତ ଜନିତ ମୃତ୍ୟୁରେ ଉପଭୋକ୍ତା ଦେବେ କ୍ଷତିପୂରଣ : ସେସୁ

ଭୁବନେଶ୍ୱର: ଯଦି କୌଣସି ବ୍ୟକ୍ତିଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୁଏ ତେବେ ଉପଭୋକ୍ତା ମୃତକଙ୍କ ପରିବାରକୁ ଦେବେ କ୍ଷତିପୂରଣ। ଓ.ଇ.ଆର୍‌.ସି ନିକଟରେ ଏଭଳି ଆବେଦନ କରିଛି ସେସୁ। ଗତକାଲି ଗଂଜାମରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିବା ପରେ ଓ.ଇ.ଆର୍‌.ସି ନିକଟରେ ସେସୁର ଏଭଳି ପ୍ରସ୍ତାବ ଏବେ ଚର୍ଚ୍ଚା ଧରିଛି। ଆଜି ଓ.ଇ.ଆର୍‌.ସି.ରେ ସେସୁର ଶୁଣାଣି ଥିବା ବେଳେ ବିଜୁଳି ଆଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏକ କର୍ପସ ଫଣ୍ଡ ଗଠନ ପାଇଁ ପ୍ରସ୍ତାବ ଦେଇଛି ସେସୁ। ଏହି କର୍ପସ ଫଣ୍ଡ ପାଇଁ ପ୍ରତିମାସରେ ଉପଭୋକ୍ତାଙ୍କ ବିଜୁଳି ବିଲରେ ଅଧିକ ୧ଟଙ୍କା ମିଶାଇ ଆଦାୟ କରିବ ବୋଲି ସେସୁ ପ୍ରସ୍ତାବ ଦେଇଛି।

ସୂଚନାଯୋଗ୍ୟ, ୨୦୧୦ରୁ ୨୦୧୯ ମଧ୍ୟରେ କେବଳ ସେସୁ ଅଧୀନରେ ବିଜୁଳି ତାର ଲାଗି ୩୭୪ଜଣଙ୍କ ଜୀବନ ଯାଇଛି। ଗତ ୨୦୧୯ ଅକ୍ଟୋବର ୨୬ରେ ଶକ୍ତି ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ୫ଟି ବୈଠକରେ କର୍ପସ ଫଣ୍ଡ ଗଠନ ନେଇ ନିଷ୍ପତ୍ତି ହୋଇଥିବା ଦର୍ଶାଇଛି ସେସୁ।

Comments are closed.