Odisha Link
Bridging the Missing Links in Odisha

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୫ ଗୁରୁତର

ସମ୍ବଲପୁର: ସମ୍ବଲପୁର ରେଢାଖୋଲ ଲମଖେତା ଓ ଆମଦର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସମ୍ବଲପୁର ରେଢାଖୋଲ ରାସ୍ତାର ଲମଖେତା ଓ ଆମଦରଠାରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଦୁର୍ଘଟଣା ଫଳରେ ୫ ଯାତ୍ରୀ ଗୁରୁତର ହୋଇଥିବା ବେଳେ ବସ୍ ଓ ଟ୍ରକର ଡ୍ରାଇଭର ଚାପିହୋଇ ଗୁରୁତର ଆହତ ଥିବା ସୂଚନା ମିଳିଛି। ଉଭୟ ଡ୍ରାଇଭର ଓ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବୁର୍ଲା ବଡ ମେଡିକାଲକୁ ପଠାଇଛନ୍ତି। ଗରୁଡ ନାମକ ବସ୍ ରେଢାଖୋଲ ପଟୁ ସମ୍ବଲପୁର ଆସୁଥିବାବେଳେ ଟ୍ରକଟି ସମ୍ବଲପୁର ପଟୁ ରେଢାଖୋଲ ଆଡକୁ ଯାଉଥିଲା।

Comments are closed.