Odisha Link
Bridging the Missing Links in Odisha

ଭିଡ଼ ପାଇଁ ପ୍ରାଣ ଗଲା!

ଭୁବନେଶ୍ବର: ୫ ବର୍ଷର ବାଳକ ଝଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ ଆସୁଥିଲା ରାସ୍ତା ଜାମ୍‌ ପାଇଁ ପ୍ରାଣ ଚାଲି ଗଲା। ଆମ୍ବଲାନ୍ସ ଭିଡ଼ରେ ଫସିବାରୁ ପ୍ରାଣ ହରାଇଲା ଶିଶୁ ପୁତ୍ର।
ସୂଚନାଯୋଗ୍ୟ ଯେ, ଶିଶୁ ପୁତ୍ରକୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। ପରିବାର ଲୋକ ଏସସିବି ନନେଇ ପାଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ ଆଣୁଥିଲେ। ତେବେ ରାସ୍ତା ଜାମ୍‌ ଯୋଗୁଁ ସହଜରେ ଆସିପାରିନଥିଲା ଆମ୍ବୁଲାନ୍ସ। ରାସ୍ତାର ବିଭିନ୍ନ ଜାଗାରେ ଆମ୍ବୁଲାନ୍ସ ଜାମରେ ଫସି ଯାଇଥିଲା। ପଟିଆ ଘରୋଇ ହସ୍ପିଟାଲରେ ପହଞ୍ଚିବାକୁ ପ୍ରାୟ ୧ ଘଣ୍ଟା ଲାଗିଥିଲା। ବିଳମ୍ବ ଯୋଗୁଁ ରାସ୍ତାରେ ଶିଶୁଟିର ମୃତ୍ୟୁ ଘଟିଥିବା କହିଲେ ସଂପର୍କୀୟ।

Comments are closed.