Odisha Link
Bridging the Missing Links in Odisha

ଆଜି ଦିଲ୍ଲୀ ବିଧାନସଭା ଫଳାଫଳ

ନୂଆଦିଲ୍ଲୀ:  ମାତ୍ର ଆଉ କିଛି ମିନିଟ୍‌ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି। ବୁଥ ବାହୁଡା ମତ ବା ଏକଜିଟ ପୋଲର ଆକଳନ ଅନୁସାରେ ଦିଲ୍ଲୀରେ ଆପ ବା କେଜ୍ରିୱାଲ ପୁଣି କ୍ଷମତାକୁ ଫେରିବେ ବୋଲି କୁହାଯାଉଥିଲେ ବି ବିଜେପି ପକ୍ଷରୁ ଏକଜିଟ ପୋଲର ଆକଳନ ଭୁଲ ସାବ୍ୟସ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରାଯାଇଛି।
ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର କହିବା ମୁତାବକ ଆଜି ସକାଳ ୮ଟାରୁ ୨୧ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣନା କରାଯିବାକୁ ଥିବାବେଳେ ୯ ଘଟିକାରୁ ୭୦ଟି ଆସନରେ କିଏ ଆଗୁଆ ଅଛନ୍ତି ଜଣାପଡିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସଠିକ ଓ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି। ୨୧ଟି କେନ୍ଦ୍ରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପାରାମିଲିଟାରୀ ଫୋର୍ସ ଓ ଦିଲ୍ଲୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଇଭିଏମର ସୁରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଏଠାରେ ସୂଚନା ଥାଉ କି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୮ ତାରିଖରେ ସମସ୍ତ ୭୦ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଥିଲା। ସମୁଦାୟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି। ଦିଲ୍ଲୀରେ ୧.୪୭ କୋଟି ଭୋଟର୍ ଥିବା ବେଳେ ଏଥର ନିର୍ବାଚନରେ ୬୧ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।

Comments are closed.