Odisha Link
Bridging the Missing Links in Odisha

ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନ୍ତିମ ଦିନିକିଆ

ମାଉଣ୍ଟ ମୌଙ୍ଗନୁଇ:  ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ ଖେଳାଯିବ। ତିନି ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚରେ ହାରିସାରିଛି ଟିମ ଇଣ୍ଡିଆ। ହାତରୁ ସିରିଜି ଚାଲିଯାଇଥିବା ବେଳେ ଆଜିର ମ୍ୟାଚ ଜିତି ଭାରତ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ନ୍ୟୁଜିଲ୍ୟାଣ୍ଡ ଆଜିର ମ୍ୟାଚ ପାଇଁ ଦଳରେ ଇଶ ସୋଢୀ ଓ ପେସର ବ୍ଲେୟାର ଟିକନରଙ୍କୁ ସାମିଲ କରିଛି। ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତ ୫-୦ରେ ଟି-ଟ୍ୱେଂଟି ସିରିଜ ଜିତି ଜବରଦସ୍ତ ଆରମ୍ଭ କରିଥିଲା। ତେବେ ଦିନିକିଆରେ ସବୁକିଛି ବିଗିଡି ଗଲା।
୨୦୧୯ରେ ଭାରତ ଏଠାରେ ୪-୧ରେ ଦିନିକିଆ ସିରିଜ ଜିତିଥିବା ବେଳେ ଟି-ଟ୍ୱେଂଟିରେ ୧-୨ରେ ସିରିଜ ହାରିଥିଲା। ଭାରତ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ୨୦୧୪ରେ ୧-୪ରେ ସିରିଜ ହାରିଥିଲା। ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ କେନ୍ ୱିଇଲିୟମସନ ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିଲେ। ତଥାପି ନ୍ୟୁଜିଲ୍ୟାଣ୍ଡ ସହଜରେ ପ୍ରଥମ ଦୁଇଟି ଏକଦିବସୀୟ ଜିତିଯାଇ ସିରିଜ କବଜା କରିସାରିଛି। ତେବେ ଆଜିର ମ୍ୟାଚ ପାଇଁ ଫିଟ ଅଛନ୍ତି କେନ୍ ୱିଇଲିୟମସନ। ଆଜି ସେ ପଡିଆକୁ ଓହ୍ଲାଇବେ। ଆଜି ନଜର ରହିବ ଭାରତର ଅଧିନାୟକ ବିରାଟ କୋହଲିଙ୍କ ଉପରେ। ଆଜିର ମ୍ୟାଚ ଜିତି ଭାରତର ସମ୍ମାନ ବଂଚାଇବା ପାଇଁ କି ରଣନୀତି ଆପଣେଉଛନ୍ତି ବିରାଟ କୋହଲି। ଆଜି ଭାରତୀୟ ସମୟ ସକାଳ ୭ଟା୩୦ମିନିଟରେ ମ୍ୟାଚ ଆରମ୍ଭ ହେବ।

Comments are closed.