Odisha Link
Bridging the Missing Links in Odisha

ଆରଏସ୍ଏସ୍‌ର ବରିଷ୍ଠ କର୍ମୀ ଓ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍ )ର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଏହାର କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ପୁଲିସକୁ ସୂଚିତ କରାଯାଇଛି। ବିଦେଶର କେତେକ ବଡ଼ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଛି ଆରଏସ୍ଏସ୍ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଏହାର କାର୍ଯ୍ୟାଳୟ। ଆକ୍ରମଣ ପାଇଁ ଆଇଇଡି ଅଥବା ଗାଡ଼ି ଜଳାଉଥିବା ବିସ୍ଫୋରକ ଆଇଇଡିର ପ୍ରୟୋଗ କରିପାରନ୍ତି ବୋଲି ମଧ୍ୟ ଗୁଇନ୍ଦା ବ୍ୟୁରୋ ଆଶଙ୍କା କରୁଛି।

ଗୁଇନ୍ଦା ବ୍ୟୁରୋ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଏବଂ ପୂର୍ବୋତ୍ତର ରାଜ୍ୟମାନଙ୍କରେ ଏହି ଆକ୍ରମଣର ଅଧିକ ଆଶଙ୍କା ରହିଛି। ଏହା ସହ ଗୁଇନ୍ଦା ବ୍ୟୁରୋ ପକ୍ଷରୁ ସଂପୃକ୍ତ ରାଜ୍ୟମାନଙ୍କୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି। ସତର୍କ ସୂଚନା ପରେ ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ,ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଆସାମରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାଛଡ଼ା ଆରଏସଏସ୍ କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଉଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ସିଏଏ ସମର୍ଥନରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ଶୋଭାଯାତ୍ରାରେ ସାମିଲ ହେବାକୁ ଯାଇଥିବା ଜଣେ ଆରଏସଏସ୍ କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା।

Comments are closed.