Odisha Link
Bridging the Missing Links in Odisha

ଦିଲୀପ ମଲ୍ଲିକଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର : ବିଜେପି ନେତା ତଥା ରଜ୍ୟ ସଂପାଦକ ଦିଲୀପ ମଲ୍ଲିକଙ୍କ ପିତା ଦୁଶାସନ ମଲ୍ଲିକଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ସୁଦୀପ୍ତ ରାୟ, ପ୍ରଭାତୀ ପରିଡା, ପ୍ରକାଶ ବେହେରା, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ସୁରଥ ବିଶ୍ୱାଳ, ହରେକୃଷ୍ଣ ଖୁଂଟିଆ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ ମଲ୍ଲିକ ଭାରତ ସରକାରଙ୍କ ରେଳ ବିଭାଗରୁ ଅବସର ନେବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ଗତ ୨୮ ତାରିଖରୁ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତ କାଲି ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ କଟକ ଜିଲ୍ଲାରେ ଶୋକର ଛାଇ ଖେଳିଯାଇଛି ।

ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବିଜେପି ନେତୃବୃନ୍ଦ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Comments are closed.