Odisha Link
Bridging the Missing Links in Odisha

ରୋଡ ସୋ ପାଇଁ କେଜ୍ରିୱାଲଙ୍କ ‘ବିଜୟ ରଥ‘ ପ୍ରସ୍ତୁତ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ। ଏନେଇ ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୫୬ ସିଟ୍‌ରେ ଆମ୍ ଆଦ୍‌ମୀ ପାର୍ଟି ଆଗୁଆ ଥିବାବେଳେ ବିଜେପି ମାତ୍ର ୧୪ ସିଟ୍‌ରେ ଆଗୁଆ ରହିଛି। ତୃତୀୟ ଥର ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ସରକାର ଗଠନ କରିବ ବୋଲି ଜଣାପଡୁଛି। ପ୍ରାଥମିକ ଟ୍ରେଣ୍ଡକୁ ଦେଖି ଆପ୍ ଶିବିରରେ ଉତ୍ସବର ମାହୋଲ ଳାଗି ରହିଛି। ଏଥସହ ରୋଡ ସୋ ପାଇଁ ‘ବିଜୟ ରଥ’ ଗାଡି ପ୍ରସ୍ତୁତ ହୋଇରହିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ ଆପର ଅମାନୁତୁହ୍ଲା ଖାନ୍, ମନୀଷ ଶଶୋଦିଆ, ଅରବିନ୍ଦ କେଜ୍ରିୱାଲ ଆଗୁଆ ଅଛନ୍ତି। ।ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କେଜ୍ରିଓ୍ବାଲଙ୍କ ଘର ଆଗରେ ସମର୍ଥକମାନେ ଭିଡ ଜମାଇଛନ୍ତି। ଆପ୍ କାର୍ଯ୍ୟାଳୟକୁ ଗୋଲାପ ଏବଂ ବେଲୁନରେ ମଧ୍ୟ ସଜାଯାଇଛି।

Comments are closed.