Odisha Link
Bridging the Missing Links in Odisha

ହାଫିଜ ସୟିଦକୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ

ଲାହୋର : ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ-ଉଦ-ଦାୱା(ଜେୟୁଡି) ପ୍ରମୁଖ ହାଫିଜ୍ ସୟିଦକୁ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ(ଏଟିସି) ବୁଧବାର ୫ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ମଙ୍ଗଳବାର ୨୬/୧୧ ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡକୁ ତା ନାମରେ ଥିବା ଏବଂ ଅନ୍ୟ ସହଯୋଗୀଙ୍କ ନାମରେ ଥିବା ୬ଟି ଟେରର୍‌ ମାମଲାରେ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରଦାନ କରିଛନ୍ତି।

ଗତ ୬ ତାରିଖରେ ଅଦାଲତ ଏହି ମାମଲାର ଶୁଣାଣି ରାୟ ସଂରକ୍ଷିତ ରଖିଥିଲେ। ହାଫିଜ୍‌ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଯେତେ ମାମଲା ରହିଛି ସବୁର ଏକାଠି ଶୁଣାଣି କରିବାକୁ ହାଫିଜ୍ ବିଚାରପତିଙ୍କ ନିକଟରେ ଆବେଦନ କରିଥିଲା। ସୂଚନାଯୋଗ୍ୟ, ହାଫିଜ ବିରୁଦ୍ଧରେ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ, ବେଆଇନ ଅର୍ଥ ଲଗାଣ ଓ କାରବାର ଏବଂ ଅବୈଧ ଜବର ଦଖଲ ଆଦି ୨୯ଟି ମାମଲା ଚାଲିଛି।

Comments are closed.