Odisha Link
Bridging the Missing Links in Odisha

୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ ; କାଲି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି। କାରଣଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ। ତେଣୁ ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା ହେବ। ତେଣୁ ସବୁ ଦଳର ବିଧାୟକମାନଙ୍କୁ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ କହିଛନ୍ତି ବାଚସ୍ପତି।
ସେପଟେ ଫେବୃଆରୀ ୧୪ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି। ତେବେ ଫେବ୍ରୁଆରି ୧୮ରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍। ଆଉ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ ବୋଲି ପୂର୍ବରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ୧୪ରୁ ୨୯ ଫେବ୍ରୁଆରୀ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବାକୁ ଥିବାବେଳେ ୧୧ ମାର୍ଚ୍ଚରୁ ଆରମ୍ଭ, ୯ ଏପ୍ରିଲରେ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବ। ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଗଣେଶି ଲାଲ ନିଜର ଅଭିଭାଷଣ ରଖିବେ। ଫେବ୍ରୁଆରି ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ।

Comments are closed.