Odisha Link
Bridging the Missing Links in Odisha

କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବା ନିଷ୍ପତିକୁ ବିଜେପିର ସ୍ୱାଗତ

ଭୁବନେଶ୍ୱର :  କେନ୍ଦ୍ରରେ ମୋଦି ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା ଲାଗୁ କରଛନ୍ତି । ଏହା ସହ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି । ଏବେ ପିଏମ୍ କିଷାନ ହିତାଧିକାରୀଙ୍କ ସମେତ ରାଜ୍ୟର ମତ୍ସ୍ୟ ଓ ପଶୁପାଳନ କରୁଥିବା ଚାଷୀଙ୍କୁ ମଧ୍ୟ ସ୍ୱଳ୍ପକାଳୀନ ଋଣ ହେବା ପାଇଁ କିଷାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି ନେଇଛନ୍ତି । ଚାଷୀ ହିତରେ ଏଭଳି ଏକ ଯୁଗାନ୍ତକାରୀ ନିଷ୍ପତିକୁ ରାଜ୍ୟ ବିଜେପି ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛି ।

ଚଳିତବର୍ଷ ଫେବୃଆରୀ ୧୦ତାରିଖରୁ ଆରମ୍ଭ କରି ୧୪ଦିନ ମଧ୍ୟରେ ପିଏମ୍‌-କିଷାନ ହିତାଧିକାରୀ ମାଛଚାଷ ଓ ପଶୁପାଳନ କାର୍ଯ୍ୟରେ ନିୟୋଜିତ ସମସ୍ତ ଚାଷୀ ଏହି ଅବଧି ଭିତରେ ପ୍ରଦେଶ ସରକାରଙ୍କ କୃଷି ପଶୁପାଳନ, ପଂଚାୟତ ଓ ଗ୍ରାମୀଣ ବିକାଶ ବିଭାଗ ତଥା ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ନିର୍ଦ୍ଦିଷ୍ଟ ଫର୍ମରେ ଦରଖାସ୍ତ କରି କିଷାନ୍ କ୍ରେଡିଟ୍‌ କାର୍ଡ ପାଇବା ପାଇଁ ନିଜର ନାମ ପଂଜୀକୃତ କରିପାରିବେ ।

ଯୋଜନାରେ ଥିବା ‘ବ୍ୟାଙ୍କ ସଖି’ ମାନଙ୍କୁ ଏ ସମ୍ପର୍କରେ ପି.ଏମ୍ କିଷାନ ହିତାଧିକାରୀଙ୍କ ସଚେତନ କରାଇବା ଦାୟିତ୍ୱ ଦିଆଯାଇଛି । କେ.ସି.ସି ଜରିଆରେ ସୁଧ ରିହାତି ସୁବିଧା ଏଣିକି ମତ୍ସ୍ୟ ଓ ପଶୁପାଳନ କରୁଥିବା ଚାଷୀଙ୍କୁ ମଧ୍ୟ ମିଳିପାରିବ । ଆବେଦନକାରୀଙ୍କୁ ଆବେଦନ କରିବାର ୧୪ଦିନ ମଧ୍ୟରେ ନୂଆ କିଷାନ୍ କ୍ରେଡିଟ୍‌ କାର୍ଡ ପ୍ରଦାନ କରିବା ବ୍ୟବସ୍ଥା ରହିଛି ।

ପୁନଃ କେସିସି ବ୍ୟତୀତ ପି.ଏମ୍ କିଷାନ ହିତାଧିକାରୀ ଓ ଯୋଗ୍ୟ କୃଷକ ମାନଙ୍କ ଠାରୁ ସହମତି ନିଆଯାଇ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା (ଯାହାକି ଦୁର୍ଘଟଣା ଓ ଜୀବନ ବୀମା ପାଇଁ ଯଥାକ୍ରମେ ୧୨ଟଙ୍କା ଓ ୩୩୦ଟଙ୍କା ପ୍ରିମିୟମ୍ ପ୍ରଦାନ ଦ୍ୱାରା ୨ଲକ୍ଷ ଟଙ୍କାର ବୀମା ସୁରକ୍ଷା ପାଇବାକୁ ଯୋଗ୍ୟ ହେବେ) ଅନ୍ତର୍ଭୁକ୍ତ କରିବାକୁ ପ୍ରୋତ୍ସାହିତ କରିବେ ।

ଏହି ଫର୍ମ ସରକାରଙ୍କ ୱେବସାଇଟ୍‌ www.agricoop.gov.in ଏବଂ ପିଏମ୍ କିଷାନ ପୋର୍ଟାଲ୍ www.pmkisan.gov.in ରୁ ଡାଉନଲୋଡ୍ କରି ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ମାନେ ଏହାର ଲାଭ ହଠାଇ ପାରିବେ ।

ପଶୁପାଳନ ଓ ମାଛଚାଷକୁ କୃଷିର ମାନ୍ୟତା ପ୍ରଦାନ ସହ ସମସ୍ତ ଯୋଗ୍ୟ ଚାଷୀଙ୍କୁ କେ.ସି.ସି ବଣ୍ଟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭାର୍ଥୀ ହେବା ପାଇଁ ନିର୍ଦ୍ଦିଷ୍ଟ ସମୟ ଭିତରେ ସମସ୍ତେ ଆଗେଇ ଆସନ୍ତୁ ବୋଲି ଏକ ପ୍ରେସ୍ ଇସ୍ତାହାରରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଜ୍ୟ ବିଜେପି ସମବାୟ ସେଲ୍ ସହ ସଂଯୋଜକ ପବିତ୍ର ମୋହନ ଦାସ ରାଜ୍ୟର ଚୀଷୀ ଭାଇମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Comments are closed.