Odisha Link
Bridging the Missing Links in Odisha

ଆଜି ସୁପ୍ରିମକୋର୍ଟରେ ବିନୟର ରାଜକ୍ଷମା ଶୁଣାଣି, ଜାରି ହୋଇପାରେ ନୂଆ ଡେଥ୍ ଓ୍ବାରେଣ୍ଟ

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଉପରେ ଶୁଣାଣି ହେବ। ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ଦୋଷୀ ବିନୟ ଶର୍ମା। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଭାନୁମତି ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଏଥିସହ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଫାଶୀ ଦଣ୍ଡ କାର୍ଯ୍ୟକାରୀ ନେଇ ଡେଥ୍ ଓ୍ବାରେଣ୍ଟ ଘୋଷଣା କରିପାରନ୍ତି।

ଗତକାଲି ୪ ଦୋଷୀଙ୍କୁ ତୁରନ୍ତ ଡେଥ୍ ଓ୍ବାରେଣ୍ଟ ଜାରି କରିବା ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଥିଲା।ଦୋଷୀଙ୍କ ଓକିଲ କୋର୍ଟରେ ତଥ୍ୟ ନରଖିବାରୁ ଏହି ମାମଲାର ଶୁଣାଣୀ ଆଜିଯାଏଁ ଘୁଂଚାଇଦେଇଛନ୍ତି ଖଣ୍ଡପୀଠ । ଦୋଷୀଙ୍କ ଓକିଲ ଆଜି ତଥ୍ୟ ରଖିଲେ ମାମଲାର ଶୁଣାଣୀ ହେବ। ଏହାପୂର୍ବରୁ ଫେବୃୟାରୀ ୭ ତାରିଖରେ ପଟିଆଲା ହାଉସକୋର୍ଟ ତିହାର ଜେଲ ପ୍ରଶାସନର ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ୪ ଦୋଷୀଙ୍କ ପାଇଁ ନୂଆ ଡେଥ ୱାରେଂଟ ଜାରି ପାଇଁ ଆବେଦନ କରାଯାଇଥିଲା।

Comments are closed.