Odisha Link
Bridging the Missing Links in Odisha

ପାର୍ଥୀଙ୍କୁ ଅପରାଧିକ ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅପରାଧିକ ପୃଷ୍ଠଭୂମି ଥିବା ପାର୍ଥୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ସବୁ ରାଜନୈତିକ ଦଳକୁ ଅପରାଧିକ ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ନିର୍ବାଚନ ଲଢୁଥିବା ପାର୍ଥୀଙ୍କ ତଥ୍ୟ ନିଜ ଓ୍ବେବସାଇଟ୍‌ରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ପାର୍ଥୀ ଘୋଷଣାର ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗଙ୍କୁ ଜଣାଇବାକୁ ନିର୍ଦ୍ଦେଶ। କାହିଁକି ଦଳ ଏଭଳି ପାର୍ଥୀଙ୍କୁ ଚୟନ କରିଛି ସେନେଇ ମଧ୍ୟ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜନୀତିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି।

ଜଷ୍ଟିସ ଆର ଏଫ ନରିମନ ଏବଂ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏବେ ସମସ୍ତ ରାଜନୀତିକ ଦଳଙ୍କୁ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ୪୮ ଘଣ୍ଚା ମଧ୍ୟରେ ନିଜ ନିଜ ଦଳର ଓ୍ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଯଦି ରାଜନୀତିକ ଦଳମାନେ ଏହି ନିର୍ଦ୍ଦେଶ ନମାନିବେ ତା’ହେଲେ କୋର୍ଟ ଅବମାନନା ମାମଲା ରୁଜୁ କରିପାରନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

Comments are closed.